Odia News Portal

ଭାରତ ଏବଂ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ: ଭାରତକୁ ୨୯୯ ରନର ଟାର୍ଗେଟ

ଆଡିଲେଡ: ଆଡିଲେଡରେ ଚାଲିଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆରେ କଙ୍ଗାରୁ ଟିମ ୨୯୮  ରନ ସଂଗ୍ରହ କରିଛି । ସନ ମାର୍ଶଙ୍କ ଶତକ ବଳରେ କଙ୍ଗାରୁ ଟିମ ଭାରତ ସାମ୍ନାରେ ୨୯୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଠ୍ରେଲିଆ ନିର୍ଧାରିତ ୫୦ ଓଭରରେ ୯  ୱିକେଟ ୨୯୮ ହରାଇ ରନ ବନାଇଛି  ।
ଦଳ ପକ୍ଷରୁ ସନ ମାର୍ଶ ସର୍ବାଧିକ ୧୩୧ ରନ କରିଛନ୍ତି । ଏହା ସହ ଗ୍ଲେନ ମ୍ୟାକ୍ସୱେଲ(୪୮), ମାର୍କସ  ଷ୍ଟୋଇନସ(୨୯), ପିଟର ହାଣ୍ଡସକମ୍ବ(୨୦ ), ଆଲେକ୍ସ କେରୀ(୧୮), ଆରୋନ ଫିଂଚ(୬), ଉସମାନ ଖ୍ୱାଜା(୨୧) ରନ ସ୍କୋର କରିଛନ୍ତି ।

ସେହିପରି ଭାରତ ପକ୍ଷରୁ  ଭୁବନେଶ୍ୱର କୁମାର ସର୍ବାଧିକ ଚାରୋଟି ୱିକେଟ ହାସଲ କରିଥିବା ବେଳେ , ମହମ୍ମଦ ସାମି ତିନୋଟି ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଛନ୍ତି ।