Odia News Portal

ରାଜଧାନୀ ଦିଲ୍ଲୀରେ ପ୍ରବଳ ଶୀତ, ୧୪ ଦିନରେ ୯୬ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଭାରତର ପାର୍ବତ୍ୟାଂଚଳରେ ପ୍ରବଳ ତୁଷାରପାତ ଯୋଗୁଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଶୀତରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଥଣ୍ଡା ବଢ଼ିଥିବାରୁ ଏଠାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ରାଜଧାନୀରେ ଶୀତ ଯୋଗୁଁ ବିଗତ ୧୪ ଦିନ ମଧ୍ୟରେ ୯୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଥଣ୍ଡା ହିଁ ହୋଇପାରେ । ଦିଲ୍ଲୀର ଫୁଟପାଥରେ ହଜାର ହଜାର ଲୋକଙ୍କ ଦିନ କଟୁଛି । ଏମାନଙ୍କ ପାଇଁ ଶୀତ ଦାଉ ସାଜିଛି । ସିଏଚସି ରିପୋର୍ଟ ଅନୁସାରେ ବାସହୀନ ଲୋକଙ୍କ ପାଇଁ ଦିଲ୍ଲୀର ରାଜରାସ୍ତା ସାହାରା ହୋଇଛି କିନ୍ତୁ ଶୀତ ଦିନରେ ଏଠାରେ ଜୀବନ ଧାରଣ କରିବା ଅଡୁଆ ହୋଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଶୀତ ଯୋଗୁଁ ଦିଲ୍ଲୀରେ ଜାନୁଆରୀ ୧ ରୁ ୧୪ ଯାଏଁ ୯୬ ବାସହୀନ ଲୋକଙ୍କ ମୃତ୍ୟୁ ଘଟିଛି । ଉତ୍ତର ଦିଲ୍ଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସେଣ୍ଟର ଫର ହୋଲେଷ୍ଟିକ ଡଭଲପମେଣ୍ଟର ତଥ୍ୟ ଅନୁସାରେ ୨୦୧୮ରୁ ଜାନୁଆରୀ ୨୦୧୯ ଯାଏଁ ମୋଟ ୩୩୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିରୁ ୨୩୫ ଜଣ ଲୋକ ଗତ ଡିସେମ୍ବରରେ ଜୀବନ ହରାଇଛନ୍ତି ।