Odia News Portal

ବିରାଟଙ୍କୁ ପଛରେ ପକାଇଲେ ହାଶିମ୍ ଅମ୍‌ଲା

ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ କରି ଚାଲିଥିବା ଭାରତୀୟ କ୍ରିକେଟ୍ ଟିମ୍‌ ଅଧିନାୟକ ବିରାଟ କୋହଲିଙ୍କ ଏକ ରେକର୍ଡ ଭାଙ୍ଗିଛନ୍ତି ଦକ୍ଷିଣ ଆଫ୍ରିକାର ବରିଷ୍ଠ ଖେଳାଳି ହାଶିମ୍ ଅମ୍‌ଲା। ଗତକାଲି ପୋର୍ଟ ଏଲିଜାବେଥ୍‌ର ଏସ୍‌ଟି ଜର୍ଜ ପାର୍କରେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ଦିନିକିଆ ମ୍ୟାଚ୍‌ରେ ବିରାଟଙ୍କ ରେକର୍ଡ ଭାଙ୍ଗିଥିଲେ ଅମ୍‌ଲା। ଅମ୍‌ଲା ଗତକାଲି ୧୨୦ଟି ବଲ୍‌ରୁ ୧୦୮ ରନ୍ ସଂଗ୍ରହ କରିଥିଲେ। ଏହା ସହିତ ସେ ତାଙ୍କ କ୍ୟାରିଅରର ୨୭ତମ ଶତକ ହାସଲ କରିଥିଲେ। ଏହି ଶତକ ହାସଲ କରିବା ସହିତ ସେ ବିରାଟଙ୍କ ରେକର୍ଡ ଭାଙ୍ଗିଥିଲେ।

ବିରାଟ କୋହଲି ଦିନିକିଆରେ ୧୬୯ଟି ପାଳି ଖେଳି ୨୭ତମ ଶତକ ହାସଲ କରିଥିଲେ। ତେବେ ଅମ୍‌ଲା ଗତକାଲି ତାଙ୍କର ୧୬୭ତମ ପାଳିରୁ ୨୭ତମ ଶତକ ହାସଲ କରିଥିଲେ।