Odia News Portal

ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ : ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୫୭ରେ ଅଲ୍‌ ଆଉଟ୍‌

ନାପିଅର: ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜିଠାରୁ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ନାପିଅରରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଅଧିନାୟକ କେନ୍‌ ୱିଲିମସନ୍‌ଙ୍କ ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ବୋଲର୍‌ ମହମ୍ମଦ ଶାମି ଏବଂ କୁଲଦୀପ ଯାଦବ। ଏହି ଦୁଇ ଭାରତୀୟ ବୋଲର୍‌ଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ନ୍ୟୁଜିଲ୍ୟାଣ୍ଡ ଟିମ୍‌ ୩୮ ଓଭରରେ ମାତ୍ର ୧୫୭ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଛି। ଦଳ ପକ୍ଷରୁ ଅଧିନାୟକ ୱିଲିମସନ୍‌ ସର୍ବାଧିକ ୬୪ ରନ୍‌ କରିଛନ୍ତି। ଅନ୍ୟ କୌଣସି ଖେଳାଳି କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ୫, ୮, ୧୧, ୧୨, ୧୪- ଏଭଳି ରନ୍ କରି ଘରୋଇ ଟିମ୍‌ର ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଥିଲେ। ୱିଲିମ୍‌ସନ୍‌ଙ୍କ ପରେ ରସ୍ ଟେଲର ସର୍ବାଧିକ ୨୪ ରନ୍ କରିଥିଲେ।