ବିହାର : ସହଦେଇ ବୁଜୁର୍ଗ ନିକଟରେ ଟ୍ରାକରୁ ଖସିଲା ସୀମାଞ୍ଚଳ ଏକ୍ସପ୍ରେସର ୯ଟି ବଗି । ଦୁର୍ଘଟଣା ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାତି ୩ଟା ପରେ ଏହି ଦୁର୍ଘଟଣା ହୋଇଛି । ଟ୍ରେନଟି ଜୋଗବନୀରୁ ଦିଲ୍ଲୀ ଯାଉଥିଲା । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏନ୍ଡିଆରଏଫ୍ ଟିମ୍ ଓ ରେଳବାଇର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ । ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି
