Odia News Portal

ଏଥର “୪୮ ଘଣ୍ଟା ପୂର୍ବରୁ ପ୍ରିଣ୍ଟ, ସୋସିଆଲ ମିଡିଆରେ ମଧ୍ୟ ବନ୍ଦ ହେଉ ପ୍ରଚାର” !

ନୂଆଦିଲ୍ଲୀ : ନିର୍ବାଚନ ପ୍ରଚାର ଅଧିନରେ ପ୍ରିଣ୍ଟ, ଇଲୋଟ୍ରୋନିକ୍ସ ମିଡିଆ, ଏବଂ ସୋସିଆଲ ମିଡିଆକୁ ଆଣିବା ପାଇଁ ନିର୍ବାଚନ ଆୟୋଗ ଆଇନ ମନ୍ତ୍ରାଳୟକୁ ଚିଠି ଲେଖିଛି । ନିର୍ବାଚନ ଆୟୋଗ ଚିଠିରେ ଲେଖିଛି ଯେ ସେକ୍ସନ ୧୨୬ରେ ସଂସୋଧନ କରି ପିପସ୍ଲ ଏକ୍ଟ ଅନୁଯାୟୀ ପ୍ରିଣ୍ଟ ମିଡିଆ, ନ୍ୟୁଜ ପୋର୍ଟାଲ ଏବଂ ସୋସିଆଲ ମିଡିଆ ଉପରେ ନିର୍ବାଚନ ପ୍ରଚାରର ୪୮ ଘଣ୍ଟା ପୂର୍ବରୁ ବ୍ୟାନ ଲଗାଇବାର ଆବଶ୍ୟକତା ରହିଛି । ନିର୍ବାଚନ ଆଚରଣ ବିଧି ଅନୁଯାୟୀ ମତଦାନର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଶେଷ ହୋଇଥାଏ ।

ଧାରା ୧୨୬(୨) ଅନୁସାରେ ଏଥିରେ ଏହି ପରାମର୍ଶ ଦିଆଯାଇଛି ଯେ ସାଇଲେଣ୍ଟ ପିରିୟଡରେ ହୋଇଥିବା ସେହି ସମସ୍ତ ଅଭିଯୋଗ ଗୁଡିକୁ କୋର୍ଟ ନିଜ ନଜରରେ ରଖିବା ଦରକାର ଯାହା ନିର୍ବାଚନ ଆୟୋଗ ଦ୍ୱାରା କରାଯାଇଛି । ନିର୍ବାଚନ ଆୟୋଗ କିମ୍ବା ରାଜ୍ୟ ନିର୍ବାଚନ ପଦାଧିକାରୀଙ୍କ ପାଖରେ ଏହି ଅଭିଯୋଗ କରାଯାଇଥିବ । ସୂଚନାଯୋଗ୍ୟ ଯେ ନିର୍ବାଚନ ପ୍ରଚାର ଶେଷ ହେବ ପରଠାରୁ ମତଦାନ ପର୍ଯ୍ୟନ୍ତ ସମୟକୁ ସାଇଲେଣ୍ଟ ପିରିୟଡ କୁହାଯାଇଥାଏ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୩ ସପ୍ତାହ ପୂର୍ବରୁ ନିର୍ବାଚନ ଆୟୋଗ ଏହି ପରାମର୍ଶ ଅଇନ ମନ୍ତ୍ରାଳୟକୁ ଦେଇଥିଲା । ଏହି ନିୟମକୁ ଶୀଘ୍ରରୁ ଶୀଘ୍ର ଲାଗୁ କରିବାକୁ ମଧ୍ୟ ନିବେଦନ କରିଛି ନିର୍ବାଚନ ଆୟୋଗ ।

ଧାରା ୧୨୬ ଅନୁଯାୟୀ କେବଳ ଜନସଭା, ରାଲୀ ଏବଂ ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଯାଇଛି । ଇଲୋଟ୍ରେନିକ୍ସ ମିଡିଆ ଅବା ସିନେମାଟ୍ରୋଗ୍ରାଫିରେ ପ୍ରଚାର ଉପରେ ରୋକ ଲାଗିଛି । ଏହା ଅଧିନରେ ପ୍ରିଣ୍ଟ ମିଡିଆ ଏବଂ ସୋଲିଆଲ ମିଡିଆକୁ ଆଣିବାକୁ ନିର୍ବାଚନ ଆୟୋଗ ଚିଠିରେ ଲେଖିଛି ।