ଦିଲ୍ଲୀ : ୨୦୧୮ ଡିସେମ୍ବର ୫ ତାରିଖରେ ଜାମ୍ମୁ କାଶ୍ମୀରରେ ରାଜେଶ ଯାଦବ ପାକିସ୍ତାନୀ ସେନାଙ୍କ ଗୁଳିରେ ସହିଦ ହୋଇଥିଲେ । ମଙ୍ଗଳବାର(ଫେବୃଆରୀ ୧୯ ତାରିଖ) ସନ୍ଧ୍ୟାରେ ସହିଦଙ୍କ ପତ୍ନୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଶିଶୁ ପୁତ୍ରକୁ ପାଇ ପରିବାର ବହୁତ ଖୁସୀ ହୋଇଯାଇଛି । ପୁତ୍ର ସନ୍ତାନ ଜନ୍ମ ଦେବା ପରେ ସହିଦଙ୍କ ପତ୍ନୀ କହିଥିଲେ ଯେ, ସେ ନିଜ ପୁଅକୁ ସେନାକୁ ପଠାଇବେ । ସେ ମଧ୍ୟ ଦେଶ ପାଇଁ ଲଢ଼ିବ । ତାଙ୍କ ପୁଅ ବଡ ହୋଇ ସେନାରେ କାମ କରି ବାପା ମୃତ୍ୟୁର ପ୍ରତିଶୋଧ ନେବ ବୋଲି କହିଛନ୍ତି ସହିଦଙ୍କ ପତ୍ନୀ ।
୨୦୧୮ ଡିସେମ୍ବର ୫ ତାରିଖରେ ସହିଦ ହୋଇଥିବା ରାଜେଶ ଯାଦବଙ୍କ ପତ୍ନୀ ରୀନା ଯାଦବ ସେତେବେଳେ ଗର୍ଭବତୀ ଥିଲେ । ସେ ସମୟ ରୀନା ଯାଦବଙ୍କ ପାଇଁ ବେଶ ଦୁଃଖଦ ଥିଲା । ଏପଟେ ସ୍ୱାମୀଙ୍କ ମୃତ୍ୟୁ ଅନ୍ୟପଟେ ଗର୍ଭସ୍ଥ ଶିଶୁର ଭବିଷ୍ୟତ ଚିନ୍ତା ରୀନାଙ୍କୁ ଚିନ୍ତିତ କରିଦେଇଥିଲା । ଏତେ ଦୁଃଖରେ ଥାଇ ମଧ୍ୟ ରୀନା ଏକ ସୁନ୍ଦର ଏବଂ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି ।