ବିଶାଖାପାଟଣା : ଶେଷ ବଲରେ ଭାରତ ଠାରୁ ବିଜୟ ଛଡେଇ ନେଲା ଅଷ୍ଟ୍ରେଲିଆ । ରୋମାଞ୍ଚକର ମ୍ୟାଚରେ ଭାରତକୁ ୩ ଓ୍ଵିକେଟ ହରାଇ ଟି-୨୦ରେ ବିଜୟ ଅଭିଯାନ ଆରମ୍ଭ କରିଛି କଙ୍ଗାରୁ ଦଳ । ବିଶାଖାପାଟଣାରେ ଟିମ ଇଣ୍ଡିଆର ୧୨୭ ରନ ଟାର୍ଗେଟକୁ ପିଛା କରୁଥିବା ଭ୍ରମଣାକାରୀ ଦଳ ମ୍ୟାଚକୁ ନିଜ ନାଁରେ କରିଛି । ଶେଷ ଓଭରରେ ବିଜୟ ପାଇଁ ୧୪ ରନ ଆବଶ୍ୟକ ଥିଲା । ତେବେ ଦଳ ଅଷ୍ଟ୍ରେଲିଆ ଏହାକୁ ହାସଲ କରିଥିଲ । ଟିମ ପକ୍ଷରୁ ମ୍ୟାକ୍ସେଓ୍ଵଲ ୫୬ ରନ କରିଥିଲେ । ପୂର୍ବରୁ ଟସ ହାରି ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ୭ ଓଭର ହରାଇ ୧୨୬ ରନ କରିଥିଲା । ଦଳ ପକ୍ଷରୁ କେଲ ରାହୁଳ ସର୍ବାଧିକ ୫୦ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧୋନୀ ୨୯ ଓ ଅଧିନାୟକ ବିରାଟ କୋହଲି ୨୪ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ କଲଟର ନାଇଲ ୩ ଓ୍ଵିକେଟ ନେଇଥିଲେ । ଦମଦାର ଖେଳ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଛି । ଏହି ବିଜୟ ସହ ଦୁଇଟିକିଆ ସିରିଜରେ କଙ୍ଗାରୁ ଦଳ ୧-୦ରେ ଆଗୁଆ ରହିଛି । ବୁଧବାର ବେଙ୍ଗାଳୁରୁରେ ଦ୍ୱିତୀୟ ମ୍ୟାଚ ଖେଳାଯିବ ।