Odia News Portal

ଅଭିନନ୍ଦନକୁ କିଛି କ୍ଷତି କରିପାରିବ ନାହିଁ ପାକିସ୍ତାନ, ଆସନ୍ତୁ ଜାଣିବା କ’ଣ ପାଇଁ

ପାକିସ୍ତାନ କବଜାରେ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଜେନିଭା କନଭେନସନର ନିୟମ ଅନୁସାରେ ତାଙ୍କୁ ସୁରକ୍ଷିତ ଫେରାଇବାକୁ କହିଛି ଭାରତ। ଏନେଇ ପାକିସ୍ତାନ ଡେପୁଟୀ ହାଇକମିଶନରଙ୍କୁ ବି ସମନ କରାଯାଇଥିଲା। ମିଗ୍‌-୨୧ ବିମାନ ଉଡ଼ାଉଥିବା ଅଭିନନ୍ଦନ ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ସ୍ୱଳ୍ପ ଦୂରଗାମୀ R73 କ୍ଷେପଣାସ୍ତ୍ରକୁ ନିକ୍ଷେପ କରି ପାକିସ୍ତାନ ବିମାନକୁ ଉଡ଼ାଇ ଦେବାରେ ସଫଳ ହୋଇଥିଲେ ଅଭିନନ୍ଦନ। ପାକିସ୍ତାନର ବିମାନକୁ ଘଉଡ଼ାଇବା ବେଳେ ସେ ଏଲଓସି ପାର କରି ଯାଇଥିଲେ।

ଅଭିନନ୍ଦନ ବର୍ତ୍ତମାନ ସୁରକ୍ଷିତ ଭାବେ ଫେରିବା ବାଟକୁ ଚାହିଁ ବସିଛନ୍ତି ସାରା ଦେଶବାସୀ। ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ପାଇଁ ପ୍ରାର୍ଥନା କରାଯାଉଛି। ଦୀପ ଜାଳି ପୂଜାର୍ଚ୍ଚନା ବି କରୁଛନ୍ତି ଲୋକ। ଜେନିଭା ଚୁକ୍ତି ଅନୁସାରେ ପାକିସ୍ତାନ ଭାରତୀୟ ପାଇଲଟଙ୍କ କିଛି କ୍ଷତିକରିପାରିବ ନାହିଁ। କାରଣ ଯୁଦ୍ଧବନ୍ଦୀଙ୍କ ଉପରେ ଜେନିଭା ଚୁକ୍ତିର ନିୟମ ଲାଗୁ ହୋଇଥାଏ। ଏହି ନିୟମ ଅନୁସାରେ ଯୁଦ୍ଧବନ୍ଦୀଙ୍କୁ କୌଣିସ ଧମକ କିମ୍ବା ଅପମାନ ଦିଆଯାଇପାରିବ ନାହିଁ। ସେମାନଙ୍କ ସହ ଦୁର୍ବ୍ୟବହାର କି ସେମାନଙ୍କୁ କ୍ଷତି ହେଲା ଭଳି ବ୍ୟବହାର କରି ପାରିବେ ନାହିଁ। ତାଙ୍କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରାଯାଇପାରିବ ନାହିଁ। ଜାରି କରିପାରିବ ନାହିଁ ଆହତ ଯବାନଙ୍କ ଫଟୋ କି ଭିଡିଓ। ଜେନିଭା ଚୁକ୍ତିର ନିୟମ ଦ୍ୱିତୀୟ ବିଶ୍ୱଯୁଦ୍ଧ ୧୯୪୯ ପରେ ପ୍ରସ୍ତୁତ କରାଯାଇଛି।