Odia News Portal

ଡିଜେ ଗାଡ଼ିକୁ ୫୨ ହଜାର ଟଙ୍କା ତଣ୍ଡ

ଭୁବନେଶ୍ବର :  ଡିଜେ ଗାଡ଼ିକୁ ୫୨ ହଜାର ଟଙ୍କା ତଣ୍ଡ । ଚାଲାଣ କାଟିଛି ଭୁବନେଶ୍ୱର RTO । ଗାଡ଼ିରେ ନଥିଲା ଫିଟ୍‍ନେସ । ସେହିପରି ଇନସ୍ୟୁରାନ୍ସ ନଥିବା ବେଳେ ବିନା ରୋଡ୍‌ ପରମିଟରେ ଚାଲୁଥିଲା ଗାଡ଼ି । ଯାଞ୍ଚ ବେଳେ ଧରାପଡ଼ିଥିଲା । ଗାଡ଼ି ଟ୍ୟାକ୍ସ ଦେଉ ନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି ।

ପରିବହନ ଆପ ମାଧ୍ୟମରେ ଗାଡିଟିର ନମ୍ବରରୁ ଜଣା ପଡିଛି ଏହା ୨୭ ବର୍ଷ ପୂରୁଣା ଗାଡି। ଏହାର ବଡି ଓ ଚେସିସି କାମ କରାଯାଇ ଡିଜେ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏବେ ଏତ ବଡ ରକମର ଗାଡି ଚାଲଣ ଦେଖି ମାଲିକଙ୍କ ମୁଣ୍ଡ ଚକର କାଟିଛି । ତେବେ ଏହାକୁ ନେଇ ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।