ଢେଙ୍କାନାଳ : ଢେଙ୍କାନାଳ ଯୋଡ଼ା ଶିଶୁକନ୍ୟାଙ୍କ ମୃତ୍ୟୁ । ଗତକାଲି କଟକ ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଆଖି ବୁଜିଛନ୍ତି । ଗତ ଏକ ତାରିଖରେ ଛାତିରୁ ପେଟ ଯାଏ ଯୋଡ଼ି ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହୋଇଥିଲେ ଯାଆଁଳା ଶିଶୁ ଗଙ୍ଗା-ଯମୁନା । ଦୁଇ ଶିଶୁଙ୍କର ଗୋଟିଏ ହୃତପିଣ୍ଡ ଥିଲା । ଗତକାଲିଠାରୁ ଉଭୟଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ଥିଲା । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଯୋଡ଼ାଶିଶୁଙ୍କ ଚିକିତ୍ସା କରୁଥିଲେ ।
