Odia News Portal

ଟ୍ରେନ ଧକ୍କାରେ ଗଲା ମାଇ ହାତୀର ଜୀବନ

ଢେଙ୍କାନାଳ : ସଙ୍କଟରେ ଗଜରାଜ । ଟ୍ରେନ ଧକ୍କାରେ ଗଲା ମାଇ ହାତୀର ଜୀବନ । ଘଟଣା ଘଟିଛି ଢେଙ୍କାନାଳ ସଦର ରେଞ୍ଜ ଦାଣ୍ଡିମାଳ ଷ୍ଟେସନ ନିକଟ ବାରଦା ଗାଁ ରେଲୱେ ଲାଇନରେ । ଗତକାଲି ତାଳଚେର ଯାଉଥିବା ମାଲବାହୀ ଟ୍ରେନ ହାତୀକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହାତୀର ମୃତ୍ୟୁ ହୋଇଥିଲା । ଘଟଣା ପରେ କିଛି ସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେହିପରି ତାଳଚେର ପାସେଞ୍ଜର ଢେଙ୍କାନାଳ ମୁଖ୍ୟ ଷ୍ଟେସନ ନିକଟରେ ଅଟକି ଥିଲା । ଖବରପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।