Odia News Portal

ଖସିପଡିଲା ଫ୍ୟାନ, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁ ଓ ମା’

କାମାକ୍ଷାନଗର  : କାମାକ୍ଷାନଗର ସରକାରୀ ମେଡିକାଲରେ ଅଘଟଣ ଘଟିଛି । ଶୋଇଥିବା ବେଳେ ଖସିପଡିଲା ଫ୍ୟାନ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ନବ ଜାତ ଶିଶୁ କନ୍ୟା ସମେତ ମା ଓ ସମ୍ପର୍କିୟ ।

ଗତକାଲି ବାଟଗାଁ ଗ୍ରାମର ସୁବାସିନି ବରଳାଙ୍କ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଅଧିକ ଚିକିତ୍ସା ପାଇଁ ମେଡିକାଲରେ ଥିବା କ୍ୟାବିନର ୧ନଂ ରୁମରେ ନବଜାତ ଶିଶୁଙ୍କ ସମେତ ମା ଓ ସଂପର୍କିୟ ରହିଥିଲେ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ହଠାତ ଫ୍ୟାନଟି ଖସିପଡିଥିଲା । ଶିଶୁ ଶୋଇଥିବା ସାଇଡରେ ପଡିବାରୁ ଅଳ୍ପକେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ସଂମ୍ପର୍କିୟ କହିବା ଅନୁସାରେ ମେଡିକାଲରେ ସଂପୂର୍ଣ ଅବବ୍ୟବସ୍ଥାରେ ଚାଲୁଛି । ଦୀର୍ଘ ଦିନ ହେବ ଫ୍ୟାନ ମରାମତି ହେଉନଥିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି।