ଭୁବନେଶ୍ବର() ଆଜି ଆନ୍ତର୍ଜାତିକ ନିଶା ନିବାରଣ ଏବଂ ଅବୈଧ ନିଶା କାରବାର ପ୍ରତିରୋଧ ଦିବସ । ନିଶା ନିବାରଣ ପାଇଁ ସମସ୍ତେ ହାତ ମିଳାଇବା ଦରକାର। ଏନେଇ ଏକ ସଚେତନତା ଶୋଭାଯାତ୍ରା ବିଏମସି ଅଫିସ ପାଖରେ ଆୟୋଜିତ ହୋଇଛି । ପତକା ଦେଖାଇ କାଯ୍ୟକ୍ରମକୁ ଉଦଘାଟନ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏହି ଶୋଭାଯାତ୍ରା ବିଏମସି ଅଫିସ ପାଖରୁ ବାହାରି ମାଷ୍ଟରକ୍ୟାଷ୍ଟିନ ପର୍ୟ୍ୟନ୍ତ ଯାଇଥିଲା। ନିଶା କୁ ନା କହି ସୁନ୍ଦର ଜୀବନ ବଞ୍ଚିବା ପାଇଁ ହାତରେ ଫ୍ଲାକାର୍ଡ ଧରି ଛାତ୍ରଛାତ୍ରୀମାନେ ସମାଜକୁ ବାର୍ତ୍ତା ଦେଇଛନ୍ତି । ଏହି ସଚେତନତା କାଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରୟଣ ଜେନା, ଅବକାରୀ ବିଭାଗର କମିଶନର ସୁଶିଲ କୁମାର ଲୋହାନୀଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।