ଦେଶର ପାଞ୍ଚଟି ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମର ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୧୧ରେ ପ୍ରକାଶ ପାଇବ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହିସବୁ ରାଜ୍ୟର ବିଧାନସଭା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଛି। ମତଦାନ ପରେ ଆସିଥିବା ପ୍ରାକ ନିର୍ବାଚନୀ ସର୍ଭେ ତଥା ଫେରନ୍ତା ମତଦାତାଙ୍କୁ ନେଇ ହୋଇଥିବା ଏକଜିଟ୍ ପୋଲ୍ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ରାଜସ୍ଥାନରେ ବିଜେପି ହାତରୁ କ୍ଷମତା ଯାଉଥିବା ବେଳେ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ସ୍ଥିତି ଦଦ୍ୟୁଲମାନ ଅବସ୍ଥାରେ ରହିଛି। ଏହି ତିନୋଟି ହିନ୍ଦୀ ଭାଷାଭାଷି ରାଜ୍ୟକୁ ବିଜେପିର ଗଢ କୁହାଯାଏ। ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ଥିଲା। ମାତ୍ର ଚଳିତ ନିର୍ବାଚନରେ ରାଜସ୍ଥାନ ସହିତ ଏହି ଦୁଇଟି ରାଜ୍ୟ ବିଜେପି କ୍ଷମତା ହରାଇବା ଆଶଙ୍କା ରହିଛି। ଡିସେମ୍ବର ୧୧ରେ ସ୍ପଷ୍ଟ ହୋଇଯିବ ଯେ କଣ ଜନତା ବିଜେପିକୁ ଚାହାନ୍ତି ନା ବିକଳ୍ପ ରୂପେ କଂଗ୍ରେସକୁ ଚାହାନ୍ତି।
ଅନ୍ୟ ପଟେ ଏହି ତିନୋଟି ରାଜ୍ୟର ଲୋକସଭା ସିଟ୍ ୬୫ ସିଟ୍। ଗତ ଲୋକସଭା ନିର୍ବାଚନରେ ୬୫ ସିଟରୁ ବିଜେପି ୬୨ଟି ସିଟରେ ବିଜୟୀ ହୋଇଥିଲା ଏବଂ ମାତ୍ର ୩ଟି ସିଟ୍ କଂଗ୍ରେସ ପକ୍ଷରେ ଯାଇଥିଲା, ମାତ୍ର ଏକଜିଟ୍ ପୋଲ ମୁତାବକ ଏହି ତିନୋଟି ରାଜ୍ୟରେ କଂଗ୍ରେସ ଦମଦାର ପ୍ରତ୍ୟାବର୍ତ୍ତନ କରୁଥିବା ନଜର ଆସୁଛି ଏବଂ ପାର୍ଟିର ଭୋଟ୍ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଛି। ଯଦି ଏକଜିଟ୍ ପୋଲ୍ ସତ୍ୟ ହୁଏ ତେବେ ନିଶ୍ଚିତ ଭାବେ କଂଗ୍ରେସକୁ ଏହା ସଞ୍ଜିବନୀ ପରି ରହିବ।
Sign in
Sign in
Recover your password.
A password will be e-mailed to you.