Odia News Portal

୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ସମ୍ବଲପୁର ଲୋକସଭା ସମେତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ଫଳରେ ଅଶ୍ବିନୀ ଗୁରୁ ଓ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କୁ ପ୍ରାର୍ଥୀ କରିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି ।

୯ଟି ବିଧାନସଭା ଆସନ ମଧ୍ୟରୁ ସମ୍ବଲପୁରରେ ଅଶ୍ବିନୀ ପୂଜାହାରୀଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ଘଷିପୁରାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ଚୌଦ୍ବାର-କଟକରୁ ଜଗଦୀଶ ମହାନ୍ତି, କଟକ ସଦରରୁ ଅଭିଷେକ ମହାନନ୍ଦ, ଜୟଦେବରୁ ସୁକାନ୍ତ ତିଆଡିଭୋଇ, ଭୁବନେଶ୍ବର ମଧ୍ୟରୁ ରାଜୀବ ପଟ୍ଟନାୟକ, ଭୁବନେଶ୍ବର ଉତ୍ତରରୁ ଇତିଶ ପ୍ରଧାନ, ବେଗୁନିଆରୁ ପ୍ରଦୀପ ସାହୁ ଓ ଚିଲିକାରୁ ପ୍ରଦୀପ ସ୍ବାଇଁଙ୍କୁ ଦଳ ପ୍ରାର୍ଥୀ କରିଛି ।

ଗତକାଲି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ବେଗୁନିଆରୁ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କ ନାଁ ଘୋଷଣା କରାଯାଇଥିଲା । ବ୍ୟକ୍ତିଗତ କାରଣରୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି କହିବା ପରେ ଆଜି ତାଙ୍କ ସ୍ଥାନରେ ପ୍ରଦୀପ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି ।