Odia News Portal

ବଢୁଛି ଏନଜେନର ଦାଦାଗିରି, ଉପରିସ୍ଥ ଅଧିକାରୀ ନିରବ

କେନ୍ଦ୍ରାପଡା () କେନ୍ଦ୍ରାପଡା ଜିଲ୍ଲାରେ ଲୋଟେନସନ ଲାଇନର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଏନଜେନ କମ୍ପାନୀ ଗ୍ରାହକଙ୍କ ଉପରେ ଦାଦାଗିରି ଚଳାଇଛି । ହେଲେ କମ୍ପାନୀ ଉପରେ କାହାର ନିୟନ୍ତ୍ରଣ ନାହିଁ । ଜିଲ୍ଲାରେ ଏଲଟି ଲାଇନର ରକ୍ଷଣାବେକ୍ଷଣ ସହ ବିଦ୍ୟୁତ ବିଲ୍ କଲେକସନ ଦାଇତ୍ବ ନେଇଛି ଏହି ଗ୍ଲୋବାଲ୍ ସଂସ୍ଥା । ସେବା ତ ଦୂରର କଥା ଏନଜେନ ଲୋକଙ୍କୁ ହଇରାଣ ହରକତ କରିବା ଭଳି ଘଟଣା ନିତିଦିନିଆ କଥା ହେଲାଣି ।

କେଉଁଠି ନୂଆ ଲାଇନ ସଂଯୋଗରେ ଉପଭୋକ୍ତା ଠାରୁ ଜବରଦସ୍ତ ଅଧିକ ଦେୟ ଆଦାୟ କରିବା ହେଉ ବା କେଉଁଠି ବକେୟା ବିଲ କଲେକସନ ଆଳରେ ଦାଦାଗିରୀ । ଅତିଷ୍ଠ ହେଲେଣି ଉପଭୋକ୍ତା । କିନ୍ତୁ ଏନଜେନ ପାଇଁ ସତେ ଯେପରି କୈଣସି ନିୟମ କାନୁନ ନାହଁ ।

ମାର୍ଶାଘାଇ ଏନଜେନ ଡିଭିଜନର ଏମିତି ଜଣେ ଉପଭୋଗକ୍ତା ହେଉଛନ୍ତି ଲୁହା ୱେଲଡିଂ ମିସ୍ତ୍ରୀ ସର୍ବେଶ୍ୱର ନାୟକ । ମାର୍ଶାଘାଇ ଆଇତପୁର ଗ୍ରାମର ସର୍ବେଶ୍ବର ୱେଲ୍ଡିଂ କାମ କରି ଘର ଚଳାନ୍ତି ।ସେ ନିଜ ଘରେ ବଳକା ସମୟରେ ଏହି କାମ କରିବା ପାଇଁ ନୁଆ ଲାଇନ ସଂଯୋଗ ପାଇଁ ଆବେଦନ କଲେ।ହେଲେ ଏଥିପାଇଁ ଏହି ବିଭାଗର କର୍ମଚାରୀ ଓ ବଳରାମପୁର ଅଞ୍ଚଳର ଜଣେ ଲାଇନମ୍ୟାନ ମୋଟା ଅଙ୍କର ଟଙ୍କା ଲାଞ୍ଚ ମାଗିଲେ । ଯାହା ଦେଇ ନ ପାରିବାରୁ ଲାଇନ କଲେକସନ ଦେଲେନାହିଁ । ନ୍ୟାୟ ପାଇଁ ସର୍ବେଶ୍ବର ଗତ ଅଗଷ୍ଟ 28 ତାରିଖରେ GRF ପାରାଦ୍ବୀପ ର ଦ୍ବାରସ୍ଥ ହେଲେ। ଏହା ଦେଖି ଏନଜେନ ବିଭାଗ ପୁରା ତତ୍ପର ହୋଇପଡି ଲାଇନ କଲେକସନ ଦେଇଦେଲେ ଓ GRSରୁ ଅଭିଯୋଗ ପଠାଇବାକୁ ବାଧ୍ୟ କଲେ।

ସର୍ବେଶ୍ବର ଙ୍କୁ 17.10.18 ରେ 3 KW GPS ଲାଇନ ସଂଯୋଗ କରାଗଲା । ହେଲେ ସେବେଠାରୁ କେଇ ଜଣ ଅସାଧୁ କର୍ମଚାରୀ ଲାଇନ ଇଲିଗାଲ ନେଇଛନ୍ତି ବୋଲି କହି କନେକସନ କାଟିବାକୁ ପଛରେ ପଡିଯାଇଛନ୍ତି। ସର୍ବେଶ୍ବର ଏବେ ଆଇନ ର ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି ।ଏନଜେନ ବିଭାଗ ର ଦାଇତ୍ବ ରେ ଥିବା ବାବୁ କୁହନ୍ତି ଯେ 3ଫେଜ ଲାଇନ ନ ନେଇ ୱେଲ୍ଡିଂ କରୁଥିବାରୁ ଆମେ ଲାଇନ କାଟିଦେବୁ।ସେପଟେ ସେସୁ ଡିଭିଜନ ମୁଖ୍ୟ ସମସ୍ତ କାରଣ ପାଇଁ ଏନଜେନ କୁ ଦାଇ କରୁଥିବା ବେଳେ, ଏନଜେନ ସେସୁ ଉପରକୁ ଦୋଷ ନଦୁଛି।

ଏଠି ପ୍ରଶ୍ନ ଉଠେ କାହା ଚାପରେ ବିନା ନୋଟିସରେ ବାରମ୍ବାର ଲାଇନ କାଟିବାକୁ ଯାଇଥିଲେ ଏନଜେନ ଜେଇ?
ନୂଆ କନେକସନ ପୁର୍ବରୁ ଲାଇନ ମ୍ୟାନ ଓ ଜେଇ କଣ ତଦନ୍ତ କରି 3 KW ଲୋଡ କନେକସନ ଦେଇଥିଲେ?
5 KW ଲୋଡ ଆବଶ୍ୟକତା ନଥାଇ ମଧ୍ୟ 3 ଫେଜ ଲାଇନ ନେଇ ଅଧିକା ଖର୍ଚ୍ଚାନ୍ତ ରେ କାହିଁକି ପକାଉଛି ଏହି ଉପଭୋକ୍ତାଙ୍କୁ ।