Odia News Portal

ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧି ମୃତ

ବ୍ରହ୍ମପୁର ପୁଲିସ ଏନ୍କାଉଣ୍ଟରରେ ବାବୁ ନାଇକ ନାମକ ଜଣେ ଜଣେ ଦୁର୍ଦ୍ଧାନ୍ତ ଅପରାଧିର ମୃତ୍ୟୁ ଘଟିଛି । ନିକଟରେ ବାବୁ ହସପିଟାଲରେ ଥିବା ବେଳେ ପୋଲିସ ଆଖିରେ ଧୁଳି ଦେଇ ସେଠାରୁ ଫେରାର ହୋଇଯାଇଥିଲା । ଏହି ଘଟଣାରେ ୫ଜଣ ପୋଲିସ କର୍ମଚାରୀ ସସପେଣ୍ଡ ହୋଇଥିଲେ । ଆଜି ବାବୁକୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ କରାଯାଇ ତାକୁ ଧରିବା ପାଇଁ ଉଦ୍ୟମ କରାଯାଇଥିଲା ଜଗନ୍ନାଥ ପ୍ରସାଦ ନିକଟସ୍ଥ କରଡାବଣି ଜଙ୍ଗଲରେ ବାବୁ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବା ପାଇଁ ଉଦ୍ୟମ କରିଥିଲା ଏହି ସମୟରେ ପୋଲିସ ଓ ତାମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ବାବୁ ଗୁରୁତର ଭାବରେ ଆହତ ହୋଇଥିଲା । ଆହତ ଅବସ୍ଥାରେ ତାକୁ ବ୍ରହ୍ମପୁର ମେଡିକାଲ କଲେଜକୁ ନିଆଯାଇଥିଲା ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲୋ । ବାବୁ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିଲା । ଏହି ଏନ୍କାଉଣ୍ଟରରେ ବାବୁର ଅନ୍ୟ ଜଣେ ସହଯୋଗୀ ଆହତ ହୋଇ ଚିକିସ୍ôା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଛି ।