ଅଟକ ହେଲେ ବିଜେପି ପ୍ରାର୍ଥୀ ,କାହିଁକି ଜାଣନ୍ତୁ …
ବ୍ରହ୍ମପୁର () ମତଦାନ କେନ୍ଦ୍ରରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ପୁଲିସ୍ ଜଣେ ବିଜେପି ପ୍ରାର୍ଥୀଙ୍କୁ ଥାନାରେ ଅଟକ ରଖିଛି। ତାଙ୍କ ନାଁ ନୀଳମଣି ବିଷୋୟୀ। ସେ ସୋରଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।ଆଜି ମତଦାନ ଚାଲିଥିବା ବେଳେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍ରେ ନୀଳମଣି ଇଭିଏମ୍ ଭଙ୍ଗାରୁଜା କରିଥିଲେ।
ସୂଚନା ଦେଇ ଗଞ୍ଜାମ ଜିଲ୍ଲାପାଳ କହିଥିଲେ ଯେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି। ଏନେଇ ଥାନାରେ ଏତଲା ଦିଆଯିବ। ତା’ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ନେଇ ଅବଗତ କରାଯିବ।