Odia News Portal

ଛତିଶଗଡର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଜ୍ବାଇଁ ଗିରଫ

ଛତିଶଗଡର ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଜ୍ବାଇଁ ପୁନିତ୍ ଗୁପ୍ତାଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ୍ କହିଛି କି ଏହି କାର୍ୟ୍ୟାନୁଷ୍ଠାନ ଶୁକ୍ରବାର ଅର୍ଥାତ୍ ୧୫ମାର୍ଚ୍ଚ ଦିନ ନିଆଯାଇଛି । ପୁନିତ ସରକାରୀ ହସ୍ପିଟାଲରେ ଅଧିକ୍ଷକ ପଦରେ ଥାଇ ୫୦ କୋଟି ଟଙ୍କା ଆର୍ଥିକ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଛି । ସେ ରାଜକୀୟ ଡିକେଏସ୍ ହସ୍ପିଟାଲରେ ଅଧୀକ୍ଷକ ପଦରେ ରହିଥିଲେ । ରାୟପୁର ଏସପି ପ୍ରଫୁଲ ଠାକୁରଙ୍କ ସୂଚନା ମୁତାବକ ପୁନିତ୍ ଙ୍କ ବିପକ୍ଷରେ କମଲ କିଶୋର ସହାରେ ନାମକ ଜଣେ ବ୍ୟକ୍ତି ଏନେଇ ମାମଲା ରୁଜୁ କରିବା ପରେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ତେବେ ଏଥିରେ ପୁନିତ୍ ଙ୍କ ବ୍ୟତିତ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି ।

ପୋଲିସ୍ କହିଛି କି ଗୁପ୍ତା ଏବଂ ଅନ୍ୟ ଲୋକ ମାନଙ୍କ ବିରୁଦ୍ଧରେ ଆଇପିସି ଧାରା ୪୦୯,୪୨୦,୪୬୭,୪୬୮ ଏବଂ ୧୨୦ବି ରେ ମାମଲା ରୁଜୁ ହୋଇଛି । ମାମଲା ସମ୍ପର୍କରେ ଯାଞ୍ଚ ପ୍ରକ୍ରୀୟା ଜାରି ରହିଛି । ତେବେ ଏହି ଅଭିଯୋଗରେ ସାମିଲ ଥିବା ଅନ୍ୟ ଅପରାଧୀଙ୍କ ନାମ ଉଲ୍ଲେଖ୍ୟ କରାଯାଇନାହିଁ । ଏଠାରେ କହି ରଖିବାକୁ ଚାହୁଁଛୁ ଯେ ଗତ ଡିସେମ୍ବରରେ କଂଗ୍ରେସ ସରକାରର ସତ୍ତା ସମ୍ଭାଳିବା ପରେ ପୁନିତ ଗୁପ୍ତାଙ୍କର ରାୟପୁର ମେଡିକାଲ କଲେଜରେ ସ୍ପେଶାଲ ଡ୍ୟୁଟି ଅଧିକାରୀ ପଦରେ ଟ୍ରାନ୍ସଫର କରାଯାଇଥିଲା ।