ହିରୋସୀମା : ଏଫ୍ଆଇଏଚ୍ ମହିଳା ହକି ସିରିଜ୍ ଫାଇନାଲ୍ସରେ ଭାରତୀୟ ସିନିୟର ମହିଳା ହକି ଦଳ କ୍ରମାଗତ ୨ୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ଉରୁଗୁଏକୁ ପରାସ୍ତ କରିଥିବା ଭାରତ ରବିବାର ୨ୟ ଲିଗ୍ ମ୍ୟାଚ୍ରେ ପୋଲାଣ୍ଡକୁ ୫-୦ ଗୋଲ୍ରେ ପରାସ୍ତ କରିଛି।
ପୋଲାଣ୍ଡଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ଭାରତ ଆଶା ଅନୁସାରେ ଏହି ମ୍ୟାଚ୍ରେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ଫଳରେ ପୋଲାଣ୍ଡ ବାଧ୍ୟହୋଇ ରକ୍ଷଣାତ୍ମକ ହକି ଖେଳିଥିଲା। ଫଳରେ ୨୧ ମିନିଟ ପର୍ୟ୍ୟନ୍ତ ଭାରତ ଗୋଲ୍ ସ୍କୋର୍ କରି ପାରିନଥିଲା। ୨ୟ କ୍ବାର୍ଟରରେ ଭାରତୀୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା।
୨୧ ମିିନିଟରେ ନବଜୋତ୍ କୌର୍ଙ୍କ କ୍ରସ୍ରୁ ଜ୍ୟୋତି ପ୍ରଥମ ଗୋଲ୍ ଦେଇଥିବା ବେଳେ ୨୬ ମିନିଟରେ ବନ୍ଦନା କାଟାରିୟା ୨ୟ ଗୋଲ୍, ୩୫ ମିନିଟରେ ଗୁରଜିତ କୌର ୩ୟ ଗୋଲ୍, ୫୩ ମିନିଟରେ ଗୁରଜିତ କୌର ୪ର୍ଥ ଓ ୫୬ ମିନିଟରେ ନବନୀତ କୌର ଦଳ ପାଇଁ ୫ମ ଗୋଲ୍ ଦେଇଥିଲେ।
