ଭୁବନେଶ୍ୱର () ବିଧାନସଭାର ଶୀତକାଳିନ ଅଧିବେଶନର ପ୍ରଥମଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍କୁ ଉପସ୍ଥାପନ କରାଯାଇଛି ।ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ ।
ଏଥିରେ ୨୬୭.୨୩ କୋଟି ଟଙ୍କାର ପ୍ରଶାସନିକ ବ୍ୟୟ ବରାଦ, ୭୪୩୨.୮୦ କୋଟି ଟଙ୍କାର କାର୍ୟ୍ୟକ୍ରମ ବ୍ୟୟ, ୬.୫୨ କୋଟି ଟଙ୍କାର ବିପର୍ୟ୍ୟୟ ପ୍ରଶମନ ପାଣ୍ଠି ଓ୪୧୯.୭୮ କୋଟି ଟଙ୍କା ରାଜ୍ୟ ବଜେଟ୍ରୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି । ଏହି ବଜେଟରେ ୮୩ ହଜାର ୩୦୭କୋଟି ଟଙ୍କା ଋଣଭାର ରହିଥିବା ଦର୍ଶା ଯାଇଛି ।
