Odia News Portal

ବଦଳିବ ଏୟାର ଇଣ୍ଡିଆ ରୁଟ୍

ଏୟାର ଷ୍ଟ୍ରାଇକ କରିବା ପରେ ଭାରତୀୟ – ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନ ବାୟୁସେନା ଭାରତୀୟ ଏୟାରସ୍ପେସ ଉଲ୍ଲଙ୍ଘନ କରିବା ପରେ ପାକିସ୍ତାନ ନିଜ ଏୟାରସ୍ପେସ ଉପରେ ପ୍ରତିବନ୍ଧକ ଲଗାଇଛି । ଦିଲ୍ଲୀ ଏୟାର ଟ୍ରାଫିକ କଂଟ୍ରୋଲ ତରଫରୁ ଏୟାରମ୍ୟାନ ନୋଟିସ ଜାରୀ କରିଛି । ତାଙ୍କ ଅନୁଯାୟୀ, ଲାହୌର ଦ୍ୱାରା ପ୍ରତିବନ୍ଧକ ଲଗାଯିବା ପରେ ଉପଲବ୍ଧ ଥିବା ସବୁଠାରୁ କମ୍ ଉଡାଣ ସ୍ତରୀୟ ଏଫ ୩୨ ଯାହାକି ଭିଆଇଡିପିରୁ ସୁଲୋମ, ଗୁଗଲ, ରବନ ତରଫକୁ ଆସୁଥିବା ଉଡାଣ ପାଇଁ ରହିଛି ।

ଏୟାର ଇଣ୍ଡିଆ ପଶ୍ଚିମ ଦେଶ ଆଡକୁ ଯାଉଥିବା ଫ୍ଲାଇଟ୍ ପାଇଁ ନୂତନ ରୁଟ ନିର୍ଦ୍ଧାରଣ କରିବ । ଦିଲ୍ଲୀରୁ ୟୁରୋପ ପାଇଁ ଏୟାର ଇଣ୍ଡିଆର ନୂଆ ଫ୍ଲାଇଟ ଉଡାଣ ଭରିଥାନ୍ତା, ଯାହାକି ପାକିସ୍ତାନ ବିମାନ ରାସ୍ତା ଦେଇ ଆଫଗାନିସ୍ତାନ ଦେଇ ପଶ୍ଚିମ ଦେଶରେ ପହଂଚେ । ଏବେ ଏହି ଫ୍ଲାଇଟ ରୁଟ ପୁଣି ଥରେ ନିର୍ଦ୍ଧାରଣ କରାଯାଇଛି । ଆଉ ଏକ ନୂଆ ରୁଟ ଘୋଷଣା କରାଯିବ । ଏୟାର ଇଣ୍ଡିଆ ମଙ୍ଗଳବାର ଠାରୁ ଏହାର ପ୍ରସ୍ତୁତି କରୁଛନ୍ତି ।

ଦିଲ୍ଲୀ ଏଟିସୀ ଦ୍ୱାରା ଜାରୀ କରାଯାଇଥିବା ନୋଟସରେ କୁହାଯାଇଛି କି, ଅପରେଶନାଲ କାରଣରୁ ଭିଆଇଏଆର, ଭିଆଇପିକେ, ଭିଆଇଏସଆର, ଭିଆଇଜିୟୁ, ଭିଆଇଏଲଏଚ, ଭିଆଇଏସଏମ, ଭିଆଇଜିଜି, ଭିଆଇବିଆର ରୁ ଉଡାଣ ଭରିବାକୁ ଅନୁମତି ଦିଆଯିବ ନାହିଁ । ଏହି ଦୁଇ ଆଦେଶ ୨୦୧୯ମଇ ୨୭ପର୍ୟ୍ୟନ୍ତ ତିନି ମାସ ପର୍ୟ୍ୟନ୍ତ ପ୍ରଭାବ ରହିବ । ତେବେ ଏବେ ସବୁ ବିମାନ ବନ୍ଦରରେ ଉଡାଣ ରଦ୍ଦ କରାଯାଇଛି ।