ରାୟପୁର: ବର୍ଷିଆନ୍ ସ୍ୱାଧିନତା ସଂଗ୍ରାମୀ ରାଓଜୀ ଭାଇ ରାଠୋର୍ ଆଉ ନାହାନ୍ତି ।୯୯ ବର୍ଷ ବୟସରେ ସେ ୧୫ ଏପ୍ରିଲ୍ ୨୦୨୧ ଦିନ ୧୨ ୩୦ ରେ ଖରିଆରୋଡ୍ ସ୍ଥିତ ନିଜ ବାସ ଭବନରେ ଈହଧାମ ତ୍ୟାଗ କରିଛନ୍ତି। ମାତ୍ର ତେର ବର୍ଷ ବୟସରୁ ଗାନ୍ଧିଜିଙ୍କୁ ଭେଟି ପ୍ରତ୍ୟକ୍ଷ ଭାବରେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିବା ରାଓଜି ଭାଇ ୧୯୨୧ ମସିହା ସେପ୍ଟେମ୍ବର୍ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ପିତା ଖରିଆର ରାଜାଙ୍କ ଅଧିନରେ ଇଂଜିନିଅର ଥିଲେ ଓ ସେମାନେ ରାଜପ୍ରାସାଦ ରେ ରହୁଥିଲେ।ରାଓଜୀ ରାୟପୁର୍ ରେ ଏକ ସରକାରୀ ହାଇସ୍କୁଲ୍ ରେ ପାଠ ପଢୁଥିଲେ।
ରାୟପୁର୍ ରହଣି କାଳରେ ୧୯୩୩ ମସିହା ନଭେମ୍ବର ୨୬ ତାରିଖରେ ଗାନ୍ଧିଜି ଙ୍କୁ ପ୍ରଥମ ଥର ପାଇଁ ସାକ୍ଷାତ କରି ସେହି ଦିନଠୁ ଛୋଟ ରାଓଜୀ ଭାଇ ସ୍ୱାଧିନତା ସଂଗ୍ରାମରେ ଆକର୍ଷିତ ହେଇଥିଲେ।ସେ ବେଳର ବିଭିନ୍ନ ଖବରକାଗଜ ପଢି ଲୋକମାନଙ୍କୁ ସଂଗ୍ରାମୀ ବାର୍ତ୍ତା କହି ଶୁଣାଉଥିଲେ।ଲୋକଙ୍କ ବିଦେଶି ସାମଗ୍ରି ପରିତ୍ୟାଗ କରି ସ୍ୱଦେଶୀ ଆପଣେଇବା ପାଇଁ କହୁଥିଲେ।ନିଜେ ଖଦି ବ୍ୟବହାର କରୁଥିଲେ।୧୯୩୮ ମସିହା ବେଳକୁ ସେ ପରିବାର ସହ ଖରିଆରୋଡ୍ ନିଜ ବାସଭବନରେ ରହୁଥିଲେ।
୧୯୪୨ ମସିହା ଡିସେମ୍ବର ୨୨ ତାରିଖ ଦିନ ଖରିଆରୋଡ୍ ରୁ ନୁଆପଡା ୧୦ କିଲୋମିଟର୍ ଶତାଧିକ ଲୋକଙ୍କ ସହ ଆସି ନୁତନ ଭାବେ ନିର୍ମିତ ସିଭିଲ୍ କୋର୍ଟ ର ଉପରକୁ ଚଢି ଫିରଙ୍ଗି ପତକା ୟୁନାଇଟେଡ୍ ଜେକ୍ କୁ ହଟାଇ ଭାରତୀୟ ପତାକା ଉଡେଇ ଥିଲେ । ଏହି କାର୍ଯ୍ୟକଳାପରେ ଫିରଙ୍ଗି ସରକାର ର ପୋଲିସ୍ ତାଙ୍କୁ ପ୍ରବଳ ବିରୋଧ କରୁଥିଲା ବେଳେ ତାଙ୍କ ସହ ଥିବା ଲୋକ ମାନେ ତାଙ୍କୁ ପୋଲିସ୍ ଠାରୁ ଛଡେଇନେଇ ଥିଲେ। ଏମିତି ବହୁତ୍ ଘଟଣା ତାଙ୍କ ସଂଗ୍ରାମି ଜୀବନରେ ହେଇଥିଲା ।ଏବେ ତାହା ଚିରଦିନ ପାଇଁ ସ୍ମରଣ ରେ ରହିବ। ଏହି ମହାନ ଆତ୍ମାଙ୍କ ପରଲୋକରେ ପୁରା ଜିଲ୍ଲା ଅଶୃ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ତାଙ୍କ ପୁଅ ରମେଶ ଭାଇ ଠାକୁର୍ ସ୍ଥାନୀୟ ମୁକ୍ତିଧାମରେ ମୁଖାଗ୍ନି ଦେଇଥିଲେ |