କେନ୍ଦ୍ରାପଡା () ଆଜି ପବିତ୍ର ଗାନ୍ଧୀଜୟନ୍ତୀ ଉପଲକ୍ଷେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳ ଆନୁକୁଲ୍ୟରେ ଏକ ପଥପ୍ରାନ୍ତ ସଭା ଏବଂ ଜନସଚେତନତା କାର୍ଯ୍ୟକ୍ରମ ଗରାପୁର ତାଳବଙ୍ଗଳା ସମ୍ମୁଖରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତ୍ତି ନିକଟରେ ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗାନ୍ଧୀଙ୍କ ପ୍ରତିମୁତ୍ତରେ ମାଲ୍ୟାପ୍ରଣ ଓ ପ୍ରଦୀପ ପ୍ରଜ୍ଜଳନ କରି କେନ୍ଦ୍ରପଡା ଜିଲ୍ଲା ସଭାପତି ଉକ୍ରଳ କେଶରୀ ପରିଡା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜିଲ୍ଲାପରିଷଦର ଅଧ୍ୟକ୍ଷ ମାନସ ପରିଡାଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏହି ପଥପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାର ବିଧାୟକ ଶ୍ରୀ ଶଶିଭୂଷଣ ବେହେରା ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ କରୋନା ଭଳି ମହାମାରି କବଳରୁ ରକ୍ଷା ପାଇବା ପାଇଁ ମାସ୍କ,ସାନିଟାଇଜର ଓ ସାମାଜିକ ଦୂରତା ଅପରିହାର୍ଯ୍ୟ ବୋଲି କହିଥିଲେ । ଅକ୍ଟୋବର ୨ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ବର୍ଗର ଜନସାଧାରଣଙ୍କ ହେଯୋଗ କାମନା କରିଥିଲେ । କେନ୍ଦ୍ରପଡା ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ଦାସଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ସୃତି ପଦଯାତ୍ରା କମିଟିର ଭଜକୃଷ୍ନ ରାଉତ , ଗଦାଧର ମଲ୍ଲିକ, ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ସୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତାର ଜିଲ୍ଲା ସଭାପତି ପ୍ରଦୀପ ସାହୁ,ବିଜୁ ଜନତା ଦଳର ରାଜ୍ୟ ସାଧାରଶ ସମ୍ପାଦିକାଗୀତା ସେଠୀ ପ୍ରମୁଖ ଐହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ମତ ରଖିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ପକ୍ଷରୁ ପଥଚାରୀମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଆଗାମୀ ଏକ ମାସ ପର୍ଯ୍ୟନ୍ତ ୨୦ ହଜାର ମାସ୍କ ଏବଂ ସାନିଟାଇଜର ବଣ୍ଟାଯାଇ ଏହି କାର୍ଯ୍ୟକ୍ରମକୁ ବ୍ୟାପାକ କରାଯିବ ବୋଲି ଏହି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଧାୟକ ଘୋଷଣା କରିଥିଲେ ।