ନୁଆଦିଲ୍ଲୀ : ରୋଷେଇ ଗ୍ୟାସ୍ ମହଙ୍ଗା ହୋଇଯାଇଛି । ଗତ ୨ ମାସରୁ ମୂଲ୍ୟ ଲଗାତର ହ୍ରାସ ପାଉଥିଲା । ମହାନଗରରେ ବିନା ସବସିଡି ବାଲା ଗ୍ୟାସ୍ ସିଲିଣ୍ଡର ପ୍ରାୟ ୧୬ ଟଙ୍କା ମହଙ୍ଗା ହୋଇଛି । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ଯ ୫୯୦ ଟଙ୍କା, କୋଲକାତା ରେ ୬୧୬.୫୦ ଟଙ୍କା, ମୁମ୍ବାଇରେ ୫୬୨ ଟଙ୍କା ଏବଂ ଚେନ୍ନାଇରେ ୬୦୬.୫୦ ଟଙ୍କା ହୋଇଯାଇଛି । ଅନ୍ଯପଟେ ସେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ଯ ଦିଲ୍ଲୀରେ ୧୦୫୪.୫୦ ଟଙ୍କା, କୋଲକାତାରେ ୧୧୧୪.୫୦ ଟଙ୍କା, ମୁମ୍ବାଇରେ ୧୦୦୮.୫୦ ଟଙ୍କା ଏବଂ ଚେନ୍ନାଇରେ ୧୧୭୪.୫୦ ଟଙ୍କା ରହିଛି । ଅଗଷ୍ଟ ମାସରେ ବିନା ସବସିଡି ବାଲା ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ଯ ୫୭୪.୫୦ ଟଙ୍କା, କୋଲକାତାରେ ୬୦୧ ଟଙ୍କା, ମୁମ୍ବାଇରେ ୫୪୬.୫୦ ଟଙ୍କା ଏବଂ ଚେନ୍ନାଇରେ ୫୯୦.୫୦ ଟଙ୍କା ଥିଲା । ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ଯ ଅଗଷ୍ଟ ମାସରେ ଦିଲ୍ଲୀରେ ୧୦୦୪ ଟଙ୍କା, କୋଲକାତାରେ ୧୦୬୩.୫୦ ଟଙ୍କା, ମୁମ୍ବାଇରେ ୯୫୮ ଟଙ୍କା ଏବଂ ଚେନ୍ନାଇରେ ୧୧୨୩ ଟଙ୍କା ଥିଲା ।
