ନୂଆଦିଲ୍ଲୀ : ଆଜିଠୁ ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ । ଲଗାତାର ତିନି ମାସ ହେବ ଗ୍ୟାସ୍ ସିଲିଣ୍ଡର ଦର ବଢିବାରେ ଲାଗିଛି । ଯାହାଫଳରେ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡିଛି । ଦେଶର ପ୍ରମୁଖ ମହାନଗରରେ ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ପାଖାପାଖି ୭୬ଟଙ୍କା ମହଙ୍ଗା ହୋଇଛି।
ଆଜିଠାରୁ ଦିଲ୍ଲୀରେ ୧୪.୨ କିଲୋ ବିନା ସବସିଡି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ୬୮୧.୫୦ ଟଙ୍କା ଦେବାକୁ ପଡିବ। ସେହିପରି କୋଲକତାରେ ଏହାର ମୂଲ୍ୟ ୭୦୬ ଟଙ୍କା ରହିଛି । ଅନ୍ୟପଟେ ମୁମ୍ବାଇ ଏବଂ ଚେନ୍ନାଇରେ ୧୪.୨ କିଲୋ ବିନା ସବସିଡି ସିଲିଣ୍ଡରର ମୂଲ୍ୟ କ୍ରମଶଃ ୬୫୧ ଏବଂ ୬୯୬ ଟଙ୍କା ରହିଛି । ଅପରପଟେ ୧୯କିଲୋ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୨୦୪ ଟଙ୍କା ହୋଇଯାଇଛି । କୋଲକତାରେ ୧୨୫୮ଟଙ୍କା,ମୁମ୍ବାଇରେ ୧୧୫୧.୫୦ ଟଙ୍କା ଏବଂ ଚେନ୍ନାଇରେ ଏହାର ମୂଲ୍ୟ ୧୩୧୯ ଟଙ୍କା ହୋଇଯାଇଛି ।
