Odia News Portal

ଗ୍ୟାସ ଟାଙ୍କି ଫାଟି ପୁଅର ମୃତ୍ୟୁ, ବାପା ଗୁରୁତର

ବାଙ୍କୀ() ବାଙ୍କୀ ଟାଉନରେ ଥିବା ଏକ ଆଇସକ୍ରିମ କାରଖାନାରେ  ଅଭାବନୀୟ ଘଟଣା ଘଟିଛି ।ଗ୍ୟାସ ଟାଙ୍କି ଫାଟି ପୁଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଆହତ  ହୋଇଥିବି ସୂଚନା ମିଳିଛି ।

ବାଙ୍କୀ ଟାଉନରେ ଥିବା ଏକ ଆଇସକ୍ରିମ କାରଖାନାରେ କାମ କରୁଥିବାବେଳେ ହଠାତ ଏକ ଗ୍ୟାସ ଟାଙ୍କି ଫାଟିଯାଇଥିଲା । ଫଳରେ ସେଠାରେ କାମ କରୁଥିବା ଉଭୟ ବାପା ଓ ପୁଅଙ୍କ ମଧ୍ୟରୁ ପୁଅର ମୃତୁ୍ୟ ହୋଇଥିବାବେଳେ ବାପା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।