Odia News Portal

ହାଇଦରଠୁ ସତ ଓଗାଳିବ ପୋଲିସ

୭ ଦିନିଆ ରିମାଣ୍ଡ ଦେବାକୁ କୋର୍ଟର ଅନୁମତି

କଟକ : ୧୨୦ ଘଣ୍ଟାର ଅପରେସନ୍ ପରେ ଧରାପଡିଥିବା ଗ୍ୟାଙ୍ଗଷ୍ଟର ହାଇଦରଠୁ ସବୁ ସତ ଓଗାଳିବ ପୋଲିିସ । ଆଜି ପୋଲିସ ହାଇଦରକୁ ରିମାଣ୍ଡରେ ନେବାକୁ କଟକ ସିଟି ଜେଏମଏଫ୍ସି କୋର୍ଟରେ ଆବେଦନ କରିଥିଲା । କୋର୍ଟ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛି । ପୋଲିସ ପକ୍ଷରୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା । ହାଇଦରକୁ ମଙ୍ଗଳାବାଗ ପୋଲିସ ରିମାଣ୍ଡରେ ନେଇ ଘାଣ୍ଟିବ । ଆଜି ହାଇଦରକୁ ପ୍ରଥମେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇ ସ୍ୱାସ୍ଥାବସ୍ଥା ଯାଞ୍ଚକରାଯାଇଥିଲା । ପରେ କୋର୍ଟକୁ ନିଆଯାଇଥିଲା । କୋର୍ଟରୁ ତାକୁ ଚୌଦ୍ୱାର ଜେଲ୍କୁ ପଠାଇ ଦିଆଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ୨୩ ତାରିଖ ପର୍ଯ୍ୟନ୍ତ ସେ ରିମାଣ୍ଡରେ ରହିବ ।
ରିମାଣ୍ଡରେ ହାଇଦର ବହୁ ଗୁମର ଖୋଲିବ । ଏସସିବିରୁ କିପରି ଚମ୍ପଟ ମାରିଲା, ଏଥିରେ କେଉଁମାନଙ୍କର ସଂପୃକ୍ତି ରହିଛି, ଚମ୍ପଟ ମାରିବାକୁ ତେଲେଙ୍ଗାନାକୁ କାହିଁକି ବାଛିଲା ସେସବୁର ଉତ୍ତର ଦେବ ହାଇଦର । ଦୁଇ ଦୁଇଟି ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା ହାଇଦର ଆଉ କି କି ସତ ଓଗାଳୁଛି ତାହା ଦେଖିବାକୁ ବାକି ରହିଲା ।