Odia News Portal

ହାଇଦ୍ରାବାଦ ଲ୍ୟାବକୁ ଗଲା ନଖ, ଚୁଟି

ଭୁବନେଶ୍ୱର : ଯାଆଁଳା ଫାଣ୍ଡି ପରିସରରେ ଥିବା କାର୍‌ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ତନାଘନା ଜୋର ଧରିଛି । ମହିଳା ଥାନା ଅଧିକାରୀ ଏହାର ତଦନ୍ତ କରିବେ।  ଏମ୍‌ସ ପୋଷ୍ଟମର୍ଟମ ରିପୋର୍ଟରେ  ମହିଳା ଯକ୍ଷ୍ମା ରୋଗର ପୀଡିତ ଥିଲେ ବୋଲି ପୋଲିସ କମିଶନର କହିଛନ୍ତି । କାରରୁ ନରକଙ୍କାଳ ମିଳିବା ଘଟଣାର ତଦନ୍ତ କରିବେ ମହିଳା ଥାନା ଅଧିକାରୀ । ଭୁବନେଶ୍ବର ଯାଆଁଳା ଫାଣ୍ଡି ପରିସରରେ କାରରୁ ଉଦ୍ଧାର ହୋଇଥିଲା ମହିଳାଙ୍କ -ନରକଙ୍କାଳର ପରିଚୟ କଣ-?

କେଉଁ ପରିସ୍ଥିତିରେ ଏହି ମହିଳାଙ୍କ ମୃତ୍ୟୁ ହୋଇଥିଲା?  କାହିଁକି ମହିଳାଙ୍କ ମୃତଦେହ ଅଦୃଶ୍ୟମ ହୋଇ ରହିଥିଲା ଆଉ ଏବେ ପୁଣି ଦୃଶ୍ୟମ ହେଲା। ଚାଲିଛି ତନାଘନା। ରିପୋର୍ଟ ମିଳିଛି।  ସେ ଯକ୍ଷ୍ମା ରୋଗୀ ଥିଲେ ବୋଲି ପୋଲିସ କମିଶନର କହିଛନ୍ତି । ତେବେ ତାଙ୍କର ସ୍ବଭାଭିକ ମୃତ୍ୟୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ସେ କହିଛନ୍ତି।  ଘଟଣାକୁ ଅତି ଗୁରୁତ୍ବର ସହ ନେଇ ତଦନ୍ତ ଚାଲିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ଗଞ୍ଜେଇ ଚାଲାଣ ଅଭିଯୋଗରେ ସିଜ ହୋଇଥିବା ଗାଡ଼ିରେ ନରକଙ୍କଳ ମିଳିଥିଲା।  ଗାଡ଼ି ପୁଣି ଥୁଆ ହୋଇଥିଲା ଫାଣ୍ଡି ପରିସରରେ। ଏନେଇ ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ପାଇବାକୁ ତନାଘନା ଚଳାଇଛି । ନଖ, ଚୁଟିକୁ ହାଇଦ୍ରାବାଦ ଲ୍ୟାବକୁ ପଠାଯାଇଛି । ପରିଚୟ ମିଳିଲେ ସମସ୍ତ ଘଟଣା ଉପରୁ ପରଦା ଉଠିପାରିବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି । ଫେବୃଆରୀ ୧୨ ତାରିଖରେ  ଫାଣ୍ଡି ପରିସରରୁ  ନରକଙ୍କାଳ ମିଳିଥିଲା ।  ଏହି ଘଟଣାରେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ନିଲମ୍ବିତ ହୋଇଛନ୍ତି ।  ତଥାପି ବି ଏହି ଘଟଣା କେମିତି ମାସେ ପର୍ଯ୍ୟନ୍ତ ଲୁଚିକି ରହିଲା ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ