Odia News Portal

ଆତ୍ମହତ୍ୟାର ଧମକ ଦେଲେ ମୋଦି

ଲଣ୍ଡନ() ପଳତାକ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦି ଲଣ୍ଡନ କୋର୍ଟରେ ନିଜର ସଞ୍ଜମତା ହରାଇଛି। ତାକୁ ଯଦି ଭାରତକୁ ପ୍ରତ୍ୟାର୍ପଣ କରାଯିବ ତା’ହେଲେ ସେ ଆତ୍ମହତ୍ୟା କରିବ ବୋଲି ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ କହିଛି।

ନିରବ ମୋଦିର ଜାମିନ ଆବେଦନ ୫ମ ଥର ପାଇଁ ଏହି କୋର୍ଟ ଖାରଜ କରିଦେବା ପରେ ଏଭଳି କହିଛି। ଜେଲରେ ସେ ଦୁଇ ଥର ମାଡ଼ ଖାଇଥିବା ନେଇ ମଧ୍ୟ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟର ମୁଖ୍ୟ ବିଚାରପତି ଏମ୍ମା ଅର୍ବୁଥନାଟଙ୍କ ଆଗରେ ତାଙ୍କ ଓକିଲ ହୁଗୋ କିଥ୍ କହିଛନ୍ତି।

୪୮ ବର୍ଷୀୟ ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନ ପଳାଇଛି। ରୂପ ବଦଳାଇ ଲୁଚିଥିବା ବେଳେ ଲଣ୍ଡନ ପୁଲିସ ତା’କୁ ଗିରଫ କରିଥିଲା। ନିରବ ଗିରଫ ହେବା ପରେ ଭାରତ ସରକାର ସ୍ୱଦେଶ ଆଣିବାକୁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଲଣ୍ଡନ ସରକାରଙ୍କ ପାଖରେ ଭାରତ ସରକାର ଆବେଦନ କରିଛନ୍ତି।