Odia News Portal

ଆଜି ମଇଦାନକୁ ଓହ୍ଲାଇବେ ବାଂଲାଦେଶ ଏବଂ ଶ୍ରୀଲଙ୍କା

ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ବାଂଲାଦେଶ ଏବଂ ବୋଲରଙ୍କ ଖରାପ ପ୍ରଦର୍ଶନ ଫଳରେ ଚିନ୍ତାରେ ଥିବା ଶ୍ରୀଲଙ୍କା ନିଜ ନିଜର ପୂର୍ବର ଭୂଲ୍ କୁ ସୁଧାରିବା ପାଇଁ ଆଜି ମଇଦାନକୁ ଓହ୍ଲାଇବେ । ବାଂଲାଦେଶ ବିଶ୍ବ କପରେ ସାନଦାର୍ ଆରମ୍ଭ କରିଥିଲା । ଏହି ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଛଅ ୱିକେଟରେ ୩୩୦ ରନ୍ କରି ନିଜର ସର୍ବୋଚ୍ଚ ଦିନିକିଆ ରନ୍ କରିବା ସହ ୨୧ ରନରେ ବିଜୟୀ ହୋଇଥିଲା ।

କିନ୍ତୁ ଟିମ୍ ଏହି ଧାରାକୁ ଆଗକୁ ବଜାୟ ରଖି ପାରିଲା ନାହିଁ । ନ୍ୟୁଜିଲ୍ୟାଣ୍ଡ ଠାରୁ ୨ ୱିକେଟ୍ ଏବଂ ଇଂଲଣ୍ଡ ଠାରୁ ୧୦୬ ରନ୍ ରେ ପରାସ୍ତ ହୋଇଥିଲା । ଶ୍ରୀଲଙ୍କ ମଧ୍ୟ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା । ଏହାପରେ ଏହି ଟିମ୍ ଆଫଗାନିସ୍ତାନକୁ ହରାଇଥିଲା କିନ୍ତୁ ପାକିସ୍ତାନ ବିପକ୍ଷରେ ବର୍ଷା ହେବା କାରଣରୁ ମ୍ୟାଚକୁ ରଦ୍ଦ କରାଯାଇଥିଲା ଫଳରେ ଦୁଇ ଦଳ ଭିତରେ ପଏଣ୍ଟ ବଣ୍ଟନ କରାଯାଇଥିଲା । ଶ୍ରୀଲଙ୍କା ନିଜର ଦୁଇଟି ମ୍ୟାଚରେ ୫୦ ଓଭର ପର୍ଯ୍ୟନ୍ତ ଖେଳିପାରିନଥିଲା ଯାହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ଆଜିର ଏହି ମ୍ୟାଚ୍ ଅପରାହ୍ନ ୩ଟା ବେଳେ ଆରମ୍ଭ ହେବ । ଏହା ବିଶ୍ବ କପ୍ ର ୧୬ତମ ମ୍ୟାଚ ଭାବେ ଗଣା ହେବ ।