ମାଞ୍ଚେଷ୍ଟର୍ : ଗତକାଲି ବିଶ୍ବକପରେ ହୋଇଥିଲା ଦୁଇଟି ହାଇଭୋଲଟେଜ୍ ମୁକାବିଲା। ରୋମାଞ୍ଚକ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ମାତ୍ର ୫ ରନରେ ହରାଇ ନ୍ୟୁଜିଲାଣ୍ଡ୍ ବିଜୟ ହାସଲ କରିଛି। କାର୍ଲୋସ୍ ବ୍ରାଥୱେଟ୍ (୧୦୧, ୮୨ ବଲ, ୯ ଚୌକା, ୫ ଛକା)ଙ୍କ ବିସ୍ଫୋରକ ଶତକ ସତ୍ତ୍ବେ ୱେଷ୍ଟଇଣ୍ଡିଜ ବିଜୟ ହୋଇପାରିନଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୮ଟି ଓ୍ବିକେଟ ହରାଇ ନିର୍ଦ୍ଦାରିତ ଓଭରରେ ୨୯୧ ରନ ହାସଲ କରିଥିଲା। ଏହାର ଜବାବ ଦେବାକୁ ଯାଇ ଅନେକ ଚେଷ୍ଟା ପରେ ୱେଷ୍ଟଇଣ୍ଡିଜ୍ ୪୯ଓଭରରେ ସମସ୍ତ ୱିକେଟ ହରାଇ ହାସଲ କରିପାରିଥିଲା ୨୮୬ ରନ୍। ଫଳରେ ମାତ୍ର ୫ରନରେ ବିଜୟ ହୋଇଥିଲା ନ୍ୟୁଜିଲାଣ୍ଡ।