Odia News Portal

ସିରିଜରେ ଆଉ ପାଦେ ବଢ଼ିବା ଲକ୍ଷ୍ୟରେ ଭାରତ

କାଲି ତୃତୀୟ ଟି -୨୦

ଅହମ୍ମଦାବାଦ,୧୫ା୩(ଏଜେନ୍ସି): ଟି୨୦ ସିିରିଜର ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଆକ୍ରମଣାତ୍ମକ ଢଙ୍ଗରେ ପଡ଼ିଆକୁ ଓହ୍ଲାଇଛି । ଆସନ୍ତାକାଲି ସିରିଜରେ ତୃତୀୟ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥି ସହିତ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଦୁଇ ଦଳ ୧-୧ରେ ରହିଛନ୍ତି । ଏହି ମ୍ୟାଚରେ ବିଜୟୀ ହୋଇ ସିରିଜରେ ଅଗ୍ରଣୀ ରହିବା ଲକ୍ଷ୍ୟ ଟିମ୍ ଇଣ୍ଡିଆର ଏକମାତ୍ର ଲକ୍ଷ୍ୟ ରହିବ । ଗତକାଲିର ଫଳାଫଳ ଟେଷ୍ଟ ସିରିଜ୍ ପରି ଝଲକ ଥିଲା । ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ପରବର୍ତ୍ତୀ ୩ ଟେଷ୍ଟକୁ ଯେପରି ଢଙ୍ଗରେ ଖେଳି ବିଜୟୀ ହୋଇଥିଲା ଅନୁରୂପ ଶୈଳୀରେ ବିରାଟ ବାହିନୀ ଆଗେଇଛି । ଗତକାଲି ଅନୁଷ୍ଠିତ ୨ୟ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କୁ ବିସ୍ଫୋରକ ବ୍ୟାଟିଂ ମ୍ୟାଚ୍ର ଗତିପଥ ବଦଳାଇ ଦେଇଛି । ପ୍ରଥମ ମ୍ୟାଚର ବିଫଳତାକୁ ଭୁଲି ନବାଗତ ଇଶାନ କିଶାନ ଓ ଅଧିକାୟକ ବିରାଟ କୋହଲିଙ୍କ ଧମାକା ଇଂଲଣ୍ଡ ବୋଲରଙ୍କୁ ନାକେଦମ୍ କରିଛି । ତେଣୁ ପରବର୍ତ୍ତୀ ମ୍ୟାଚ୍ଗୁଡିକରେ ଇଂଲଣ୍ଡ ବୋଲରଙ୍କ ଭୂମିକା କ’ଣ ରହିବ ତାହା ଦେଖିବାର କଥା ।

ଭାରତୀୟ ଟିମ୍ ବିଜୟୀ ଏକାଦଶରେ ପରିବର୍ତ୍ତନ କରିବାକୁ ·ହୁଁବନାହିଁ । କିନ୍ତୁ ଦୁଇଟି ମ୍ୟାଚର ଆରାମ୍ ପରେ ରୋହିତ ଦଳକୁ ଫେରିବା ସମ୍ଭବ ବୋଲି କୁହାଯାଉଛି । ଏଥିପାଇଁ କେଏଲ୍ ରାହୁଲଙ୍କୁ ବିଶ୍ରାମ ନେବାକୁ ପଡ଼ିବ । କାରଣ ଦୁଇଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇନଥିଲେ । ସେହିପରି ଶିଖର ଧାୱନଙ୍କ ସ୍ଥାନରେ ଖେଳିଥିବା ଯୁବ ଓପନର ଇଶାନ୍ କିଶନ ୩୨ ବଲରେ ୫୬ ରନ୍ କରି ନିଜର ପ୍ରତିଭାର ପରିଚୟ ଦେଇଛନ୍ତି । ତେଣୁ ସେ ଆସନ୍ତାକାଲି ମ୍ୟାଚରେ ଖେଳିବା ନିଶ୍ଚିତ । ଅନ୍ୟକୌଣସି ଖେଳାଳିଙ୍କୁ ବସିବାର ସମ୍ଭାବନା ନାହିଁ । ବୋଲିଂ ବିଭାଗରେ ଭୁବନେଶ୍ୱର କୁମାର, ସର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ ଓ ୱାଂଶିଟନ୍ ସୁନ୍ଦର ନିଜ ଦାୟିତ୍ୱ ଠିକ୍ ଭାବେ ସମ୍ଭାଳିଛନ୍ତି । ସେହିପରି ଇଂଲଣ୍ଡ ଏକାଦଶରେ ମଧ୍ୟ ସେଭଳି କୌଣସି ପରିବର୍ତ୍ତନ ହେବାର ଅନୁମାନ କରାଯାଉନି ।

ସମ୍ଭାବ୍ୟ ଦଳ :
ଭାରତ : ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ ଅ ।ୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଶର୍ଦ୍ଦୁଲ ଠାକୁର, ରାହୁଲ ତେୱାତିଆ, ଇଶାନ କିଶନ (ରିଜର୍ଭ ୱିକେଟ୍ କିପର) ଖେଳିବା ପାଇଁ ସୂଚୀ ରହିଛି ।

ଇଂଲଣ୍ଡ : ଇଅନ୍ ମୋର୍ଗାନ୍ (ଅଧିନାୟକ), ଜୋସ୍ ବଟଲର, ଜେସନ୍ ରଏ, ଲିଅ ।ମ୍ ଲିଭିଙ୍ଗଷ୍ଟୋନ୍, ଡେଭିଡ ମଲାନ, ବେନ ଷ୍ଟୋକ୍ସ, ମୋଇନ ଅଲ୍ଲି, ଆଦିଲ ରସିଦ, ରିସ ଟୋପଲି, କ୍ରିସ ଜୋର୍ଡାନ, ମାର୍କ ଉଡ୍, ସାମ କ୍ୟୁରେନ, ଟମ କ୍ୟୁରେନ, ସାମ ବିଲିଙ୍ଗସ, ଜନି ବେୟାରଷ୍ଟୋ ଏବଂ ଜୋଫ୍ରା ଆର୍ଚ୍ଚର ।