ପୁଲୱାମା ଆତଙ୍କବାଦୀ ହମ୍ଲାର ବଦ୍ଲା ପାକିସ୍ତାନ ଠାରୁ ନେବା ପାଇଁ ଚାରିଆଡ଼ୁ ଚାପ ପଡ଼ୁଥିବା ବେଳେ ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି।
ଆଗାମୀ କ୍ରିକେଟ୍ ବିଶ୍ୱକପ୍ରୁ ପାକିସ୍ତାନକୁ ବାଦ୍ ଦେବାକୁ ବିସିସିଆଇ ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି)କୁ ଚିଠି ଲେଖିବ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସ(ସିଏଓ)ର ଅଧ୍ୟକ୍ଷ ବିନୋଦ ରାଏ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବିସିସିଆଇର ସିଇଓ ରାହୁଲ ଜୋହରୀଙ୍କୁ କହିଛନ୍ତି। ଏଥିସହ ଆସନ୍ତା ଫେବୃଆରୀ ୨୭ରେ ଆଇସିସିର ବୈଠକ ବସିବ। ଏହି ସମୟରେ ଭାରତ ବିଶ୍ୱକପ୍ରେ ଭାଗ ନେବ କି ନାହିଁ, ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ସୂତ୍ର ଅନୁସାରେ, ବିସିସିଆଇ ସିଇଓ ରାହୁଲ ଜୋହରୀ ଆଇସିସିକୁ ଲେଖିବାକୁ ଥିବା ଚିଠିରେ ପୁଲୱାମା ଆତଙ୍କବାଦୀ ପ୍ରସଙ୍ଗ ଉଠାଇବେ। ଏହି ଆକ୍ରମଣରେ ପାକିସ୍ତାନର ହାତ ରହିଛି ଏବଂ ଏହାକୁ ନେଇ ଭାରତରେ ପ୍ରତିଶୋଧର ନିଆଁ ଜଳୁଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ କରିବେ। ଏହି କାରଣରୁ ପାକିସ୍ତାନ ବିଶ୍ୱକପ୍ରୁ ବାଦ୍ ପଡ଼ିବା ଦରକାର ବୋଲି ଯୁକ୍ତି ଦର୍ଶାଯିବ।
ବିଶ୍ୱକପ୍ରେ ଭାରତ ତା’ର ପଡ଼ୋଶୀ ରାଷ୍ଟ୍ର ସହ ଏଭଳି ପରିସ୍ଥିତିରେ ମ୍ୟାଚ୍ ଖେଳିବା ଅସମ୍ଭବ ବୋଲି ମଧ୍ୟ ବିସିସିଆଇ ପକ୍ଷରୁ ଆଇସିସିକୁ କୁହାଯିବ। ଏଥିପାଇଁ ଆସନ୍ତାକାଲି ବିସିସିଆଇ ଓ ସିଓଏ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.