Odia News Portal

କାହିଁକି ଭାରତୀୟ ସଂସ୍କୃତିକୁ ଆପଣାଉଛି ସମ୍ପୁର୍ଣ୍ଣ ବିଶ୍ୱ, ଜାଣନ୍ତୁ

ନୂଆଦିଲ୍ଳୀ()  ଏବେ ହ୍ୟାଣ୍ଡସ୍ୟାକ୍ ବଦଳରେ ନମସ୍କାର କରୁଛି ସମ୍ପୁର୍ଣ୍ଣ ବିଶ୍ୱ । ଘରକୁ ଆସୁଥିବା ଅତିଥି କିମ୍ବା ବନ୍ଧୁବାନ୍ଧବଙ୍କ ସ୍ୱାଗତ କରିବା ପାଇଁ ସାଧାରଣ ଲୋକ ନମସ୍କାର କରୁଥିବା ବେଳେ ରାଜନେତା ମଧ୍ୟ ଏବେ ଏହି ତାଲିକାରେ ସାମିଲ୍ ହୋଇଛନ୍ତି ।

ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର ଜଣାଇ ସ୍ୱାଗତ କରିଥିବାର ଦୃଶ୍ୟ ଦେଖାଯାଇଥିଲା । ୱାଂଶିଟନ୍ ରେ ଗଣମାଧ୍ୟମ ସାମ୍ନାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ , କରୋନା ଭୁତାଣୁର ଭୟାବହତାକୁ ଦେଖି ଏଭଳି କରିବା ନିହାତି ଆବଶ୍ୟକ ହୋଇପଡିଛି । ଅଜବ ଅନୁଭବ ହେଲେ ମଧ୍ୟ ଏଭଳି ଉପାୟରେ ସ୍ୱାଗତ କରିବା ଏବେ ଜରୁରୀ ହୋଇପଡିଲାଣି ।

ମିଡିଆ ସାମ୍ନାରେ ଏନେଇ ଟ୍ରମ୍ପ୍ କହିଥିଲେ ଯେ , ମୁଁ ନିକଟରେ ଭାରତରୁ ଫେରିଛି ସେଠାରେ ସମସ୍ତେ ଏଭଳି ନମସ୍କାର ମୁଦ୍ରାରେ ସମସ୍ତଙ୍କୁ ସ୍ୱାଗତ କରନ୍ତି ଯାହା ସେଠାକାର ସଂସ୍କୃତି । ବର୍ତ୍ତମାନ କରୋନା ଭାଇରସ୍ ପାଇଁ ଆମକୁ ମଧ୍ୟ ଏଭଳି ନମସ୍କାର ମୁଦ୍ରାର ସାହାରା ନେବାକୁ ପଡିବ ।