Odia News Portal

ମାରୁତି ମୁଖ୍ୟଙ୍କ ବିରୋଧରେ କେଶ କଲା ସିବିଆଇ

ନୂଆଦିଲ୍ଲୀ () ମାରୁତିର ପୂର୍ବତନ ମୁଖ୍ୟ ଜଗଦିଶ୍ ଖଟ୍ଟରଙ୍କ ନାମରେ କେଶ କଲା ସିବିଆଇ ।ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ରେ ୧୧୦ କୋଟି ଟଙ୍କା ଋଣ ଜାଲିଆତି ମାମାଲରେ ଖଟ୍ଟରଙ୍କୁ ଛନ୍ଦିଛି ସିବିଆଇ । ଖଟ୍ଟରଙ୍କ ଘରେ ସିବିଆଇ ରେଡ୍ କରିଛି । ଜଗଦୀଶ ଖଟ୍ଟର ହେଉଛନ୍ତି ଦେଶର ନମ୍ବର ୱାନ୍ ଅଟୋ କମ୍ପାନୀ ମାରୁତି ସୁଜୁକୀ କମ୍ପାନୀର ପୂର୍ବତନ ମୁଖ୍ୟ । ସେ ୧୯୯୩ ରୁ ୨୦୦୭ ପର୍ୟ୍ୟନ୍ତ ମାରୁତି ଉଦ୍ୟୋଗରେ ଥିଲେ. ଏବଂ ଅବସର ସମୟରେ ସେ ମାରୁତିର ପରିଚାଳନା ନିର୍ଦ୍ଦେଶକ ଥିଲେ ।

୨୦୦୭ ରେ ମାରୁତି ଉଦ୍ୟୋଗରୁ ଅବସର ପରେ ଜଗଦୀଶ ଖଟ୍ଟର କିଛି ସହଯୋଗୀଙ୍କ ସହ ମିଶି କାର୍ନେସନ ଅଟୋ ଇଣ୍ଡିଆ ଲିମିଟେଡ୍ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ । ସେହି କମ୍ପାନୀ ପିଏନବିରୁ ୧୭୦ କୋଟି ଟଙ୍କା ନେଇଥିଲେ । କିନ୍ତୁ ସେହି ଋଣ କାରବାରରେ ପିଏନବିର ୧୧୦ କୋଟି ଟଙ୍କା କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖଟ୍ଟର ଏବଂ କାର୍ନେସନ ଅଟୋ ଇଣ୍ଡିଆ ଲିମିଟେଡ୍ର ଅନ୍ୟ କର୍ମକର୍ତ୍ତାଙ୍କ ନାମରେ ଏଫଆଇଆର୍ ଦେଇଛି ସିବିଆଇ ।