Odia News Portal

ଏଣିକି ଜେଲରେ ବି କଏଦୀ କରିପାରିବେ ଶପିଙ୍ଗ୍

ଚୀନ()   ଏଣିକି ଜେଲରେ ବି କଏଦୀ କରିପାରିବେ ଅନଲାଇନ ଶପିଙ୍ଗ୍ ।ଏମିତି ଏକ ଦେଶ ଅଛି ଯେଉଁଠାରେ ଜେଲରେ ଥିବା କଏଦୀଙ୍କୁ ମଧ୍ୟ ଅନଲାଇନ ଶପିଙ୍ଗ କରିବାକୁ ଅନୁମତି ଦିଆଯାଇଛି ।ଚୀନର ଗୁଆଁଗଣ୍ଡୋଜ ପ୍ରାନ୍ତର ଏକ ଜେଲରେ କଏଦୀଙ୍କ ପାଇଁ ଅନଲାଇନ ଶପିଙ୍ଗ ପ୍ଲାଟଫର୍ମ ଆରମ୍ଭ କରାଯାଇଛି । କିନ୍ତୁ କଏଦୀମାନେ ମାସେ ଭିତରେ ୩ ହଜାର ଟଙ୍କା ପର୍ୟ୍ୟନ୍ତ ଶପିଙ୍ଗ କରିପାରିବେ । ଏଥିପାଇଁ ତାଙ୍କୁ କମ୍ପୁଟରରେ ଫିଙ୍ଗର ପ୍ରିଣ୍ଟ କିମ୍ବା ପାସୱାର୍ଡ ଜରିଆରେ ଲଗିନ କରିବାକୁ ହେବ । ଏହି ବ୍ୟବସ୍ଥାକୁ ପରଖିବା ପାଇଁ କୋଙ୍ଗହୁଆ ଜେଲ ପ୍ରଶାସନ ଜାନୁଆରୀରୁ ଏପ୍ରିଲ ମାସ ପର୍ୟ୍ୟନ୍ତ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ଏହି ପ୍ରୋଜେକ୍ଟ ସଫଳ ହେବାପରେ କଏଦୀଙ୍କ ପାଇଁ ଅନଲାଇନ ସପିଙ୍ଗ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଜେଲ ପ୍ରଶାସନ ।