ଯାଜପୁର: ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ରଗଡ଼ି- ପାଣିକୋଇଲି ରାସ୍ତାର ନରଣପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବରଗଛରେ ଧକ୍କା ଲାଗିବାରୁ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥଛି। ଏହି ଦୁର୍ଘଟଣାରେ କାରର ଡ୍ରାଇଭରଙ୍କ ସହିତ ଜଣେ ଯୁବତୀ ମଧ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଫଜଲପୁର ଗାଁର ଆଲୋକ ଜେନା(୨୧ ବର୍ଷ) ଓ ଉପେନ୍ଦ୍ର ନାୟକ (୩୨ ବର୍ଷ) ଦୁଇଭାଇ। ଉପେନ୍ଦ୍ର ଙ୍କୁ ଅନ୍ୟ ଜଣେ ପୋଷ୍ୟ ପୁତ୍ର ଭାବେ ନେଇ ଯାଇଥିଲେ। ତେବେ ଗତକାଲି ରାତିରେଏହି ଦୁଇ ଭାଇ ଓଡ଼ି ି୩୪ ଏ ୫୧୫୧ ନମ୍ବର ବିଶିଷ୍ଟ ସ୍ଵିଫ୍ଟ ଡିଜାୟାର କାର ଯୋଗେ ଜଣେ ଝିଅଙ୍କୁ ନେଇ ଡ୍ରାଇଭର ସହିତ ବିଳମ୍ବିତ ରାତିରେ ଯାଉଥିଲେ। ତେବେ କାରଟି ଦୃତଗତିରେ ଯାଉଥିବା ବେଳେ ନରଣପୁର ନିକଟରେ ରାସ୍ତାକଡ଼ରେ ଥିବା ଏକ ବରଗଛ ଦେହରେ ଯାଇ ପିଟି ହୋଇ ଯାଇଥିଲା। କୁହୁଡ଼ି ଯୋଗୁଁ ରାସ୍ତା ଜାଣି ନ ପାରି ଡ୍ରାଇଭର କାରକୁ ନେଇ ଗଛରେ ପଟି ଦେଇଥିଲେ। ଫଳରେ ଦୁଇ ଭାଇ ଉପେନ୍ଦ୍ର ଓ ଆଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ କାରର ଡ୍ରାଇଭର ଓ କାର ଭିତରେ ଥିବା ଯୁବତୀ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଦଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
