ଯାଜପୁର ରୋଡ : ଯାଜପୁର ଜିଲ୍ଲାରେ ଅବସ୍ଥିତ ବିଶ୍ଵ ବିକ୍ଷାତ କଳିଙ୍ଗନଗର ଶିଳ୍ପାଞ୍ଚଳ ଯଖପୁରା ଅଞ୍ଚଳରେ ଗଢିଉଠିଥିବା ମୈଥାନ ଇସ୍ପାତ କାରଖାନାର କତୃପକ୍ଷ କାରଖାନାରେ କାର୍ଯ୍ଯ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ ୯ମାସର ବାକିଆ ଦରମା ସାଙ୍ଗକୁ ୨ବର୍ଷର ପୂଜାପାର୍ବଣର ବୋନସ ଦେଇନାହିଁ ।
ଏହାର ପ୍ରତିବାଦରେ ଶିଳ୍ପାଞ୍ଚଳର ରାବଣାଛକ ନିକଟସ୍ଥ ଚାରିଛକି ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତାକୁ କାରଖାନାର କର୍ମଚାରୀ ଓ ଶ୍ରମିକମାନେ ବୁଧବାରରେ ଦିର୍ଘସମୟ ଧରି ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । ଏହି ରାସ୍ତାରୋକ୍ ଧାରଣାରେ ପୂର୍ବତନ ଅର୍ଥମନ୍ତ୍ରୀ ଡ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ସାମିଲ ହୋଇ ଶ୍ରମିକମାନଙ୍କ ମନୋବଳ ବଢାଇବା ସହ ୯ମାସର ବାକିଆ ଦରମା ପ୍ରାପ୍ୟ ପାଉଣାକୁ କାରଖାନା କତୃପକ୍ଷ ତୁରନ୍ତ ଦେବାପାଇଁ ରାସ୍ତାରେ ତଳେବସି ଧାରଣାକାରିଙ୍କ ସହବସି କାରଖାନା କତୃପକ୍ଷଙ୍କ ଉପରେ ଚାପ ପକାଇଥିଲେ ।
ଅପରାହ୍ଣ ସମୟରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଆନ୍ଦୋଳନକାରୀ ଶ୍ରମିକମାନଙ୍କ ଧାରଣା ସ୍ଥଳରେ ପହଞ୍ଚି ମୈଥାନ କାରଖାନା କତୃପକ୍ଷଙ୍କ ସହ ଦାବୀ ସମ୍ପର୍କରେ ଆଲୋଚନା କରିବେ ପାଇଁ ଏକ ସପ୍ତାହ ସମୟ ନେବାର କଥା ଦେବା ପରେ ପ୍ରଶାସନ କଥାକୁ ସମ୍ମାନ ଜଣାଇ ଆନ୍ଦୋଳନକାରୀ ରାସ୍ତାରୋକ ଆନ୍ଦୋଳନରୁ ହଟିଥିଲେ ।
ଶ୍ରମିକ ମାନଙ୍କ ଦାବି ୭ଦିନ ମଧ୍ୟରେ ପୂରଣ ନହେଲେ ପୂର୍ଣ୍ଣବାର ରାସ୍ତାରୋକ କରାଯିବ ବୋଲି ଶ୍ରମିକ ନେତାମାନେ ଜିଲ୍ଲା ପ୍ରଶାସନକୁ ରୋକ୍ ଠୋକ୍ ଜଣାଇ ଦେଇଥିଲେ ।
( ଯାଜପୁର ରୋଡରୁ ବିନୟ ରାଉତଙ୍କ ରିପୋର୍ଟ )
