ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁରରେ ତିନିଟି କାର୍ଯ୍ୟକ୍ରମ : ୨ଶହ କୋଟିର ୩୧୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ By swadhikarnews On Feb 19, 2019 ଯାଜପୁର : ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ। ଦଶରଥପୁର ବ୍ଲକର ଦତ୍ତପୁର, ଧର୍ମଶାଳା ବ୍ଲକର ଜାରକା ଓ ବିଂଝାରପୁର ବ୍ଲକର ଯଜ୍ଞ ପଡିଆରେ ତିନିଟି କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାମର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଥମେ ଦତ୍ତପୁରରେ କାର୍ୟ୍ୟକ୍ରମ ରହିଛି। ସେଠାରୁ ଧର୍ମଶାଳାର କଳ୍ପତରୁ ଦାସ ଷ୍ଟାଡିୟମରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କୁ ଶୋଭାଯାତ୍ରାରେ ଜାରକା ମହୋତ୍ସବ ପର୍ୟ୍ୟନ୍ତ ପାଛୋଟି ନିଆଯିବ। ଜାରକାଠାରେ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଏହାସହ ପ୍ରାୟ ୨ଶହ କୋଟି ଟଙ୍କାର ୩୧୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ନବୀନ। ଏହା ମଧ୍ୟରେ ରହିଛି ବ୍ରାହ୍ମଣୀ ଉପରେ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ କଲଣ-କୁସ୍ତିକା ସେତୁ ସହ ୨୫ କୋଟି ଟଙ୍କା ବ୍ୟୟରେ ଗୋକର୍ଣ୍ଣେଶ୍ୱରଠାରୁ ରମାପୁର ପର୍ୟ୍ୟନ୍ତ ନଦୀବନ୍ଧ ପ୍ରଶସ୍ତିକରଣର କାର୍ୟ୍ୟର ଶୁଭ ଉଦ୍ଘାଟନ । ୪ଟି ବିଜୁ ସେତୁ ସହ ଆମ ଗାଁ ଆମ ବିକାଶ ଯୋଜନାରେ ଶତାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଜାରକା ପରେ ମୁଖ୍ୟମନ୍ତ୍ରୀ ବିଂଝାରପୁର ଯିବେ। Share