ଯାଜପୁର : ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମିକାକୁ ଭୁଜାଲିରେ ଆକ୍ରମଣ କରିବା ସହିତ ନିଜକୁ ମଧ୍ୟ ହାଣିଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବନ୍ଧଡିହ ଗ୍ରାମରେ । ଗ୍ରାମର ବଳରାମ ସାହୁଙ୍କ ପୁଅ ଗଣେଶ୍ବର ସେହି ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗିରହିଥିଲା।
ତେବେ ଆଜି ଗଣେଶ୍ବର ନିଜ ପ୍ରେମିକାକୁ ଗାଁ ନିକଟସ୍ଥ ମନ୍ଦିରକୁ ଡାକି ତାକୁ ଭୁଜାଲିରେ ବାରମ୍ବାର ଆକ୍ରମଣ କରିବା ସହିତ ନିଜେ ମଧ୍ୟ ଭୁଜାଲିରେ ନିଜ ହାତ ଓ ପେଟକୁ ଆଘାତ କରିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ତେବେ ସେଠାରେ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।