Odia News Portal

ଆଇଇଡି ବିସ୍ଫୋରଣ, ମେଜର୍‌ଙ୍କ ସମେତ ୨ ସହିଦ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌଶେରାରେ ଆଜି ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନାର ମେଜର ଓ ଜଣେ ଯବାନ ସହିଦ ହୋଇଛନ୍ତି। ନୌଶେରାର ଲାମା ବେଲଟ୍‌ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିଥିଲେ। ଆଜି ଭାରତୀୟ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚଅପରେସନ୍‌ କରୁଥିବା ବେଳେ ପୂର୍ବରୁ ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା।