ପୁଲଓ୍ଵାମା ଏନ୍କାଉଣ୍ଟରରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ । ଦୁଇ ଜଣ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ । ପ୍ରସନ୍ନ ସିଆରପିଏଫ୍ରେ ହେଡ୍ କନ୍ଷ୍ଟେବଳ ଭାବେ କାମ କରୁଥିଲେ । ସେହିପରି କଟକ ଜିଲ୍ଲା ନିଆଳି ରତନପୁରର ମନୋଜ କୁମାର ବେହେରା ସହିଦ ହୋଇଛନ୍ତି । ମନୋଜ ୨୦୦୦୬ରେ ସିଆରପିଏଫ୍ରେ ଯୋଗଦେଇଥିଲେ । ସପ୍ତାହେ ତଳେ ସେ ଛୁଟିରେ ଘରକୁ ଆସିଥିଲେ । ସେ ପରିବାରର ଏକ ମାତ୍ର ପୁଅ । ପୁଅର ମୃତ୍ୟୁ ପରେ ପରିବାରର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି
