Odia News Portal

ଆପାର୍ଟମେଣ୍ଟ ମାଲିକ ସଂଘର ଗଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର() ସୁନ୍ଦରପଦା-ଜଟଣୀ ରୋଡ ସ୍ଥିତ ଲ୍ୟାଣ୍ଡମାର୍କ ଫେଜ (୨) ଆପାର୍ଟମେଣ୍ଟ ମାଲିକ ସଂଘ ତରଫରୁ ୭୧ତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି ।

ସଂଘର ସଭାପତି ଗାୟତ୍ରୀ ରାଉତରାୟ ପତାକା ଉତ୍ତୋଳନ କରିଥିଲେ । ଊପସଭାପତି ସୁରଜିତ ପଟ୍ଟନାୟକ, ସେକ୍ରେଟାରୀ ବିଶ୍ଵମୋହନ ପଟ୍ଟନାୟକ, ଜଏଣ୍ଟ ସେକ୍ରେଟାରୀ ଅମରେଶ ଚୌଧୁରୀ, ସାଂସ୍କୃତିକ ସେକ୍ରେଟାରୀ ବନିତା ପଟ୍ଟନାୟକ ଏବଂ ଉପଦେଷ୍ଠା ନିହାର ରଞ୍ଜନ ମଲ୍ଲିକ ଏବଂ ସମ୍ବିତ ପରିଡା ପ୍ରମୁଖ ତଥା ସମସ୍ତ ଫ୍ଲାଟ ବାସିନ୍ଦା ଉପଠିତ ଥିଲେ । ଜାତୀୟ ସଂଗୀତ ଗାନପରେ ଗଣତନ୍ତ୍ର ଦିବସ ଉପରେ ଆଲୋଚନା ହୋଇଥିଲା । ରାଷ୍ଟ୍ର ନିର୍ମାଣରେ ଆମର ଯୋଗଦାନ, ଆପାର୍ଟମେଣ୍ଟର ଉନ୍ନତି, ସାମାଜିକ ସୁଖ, ଶାନ୍ତି, ପରିବେଶ ସୁରକ୍ଷା ଆଦି ଅନେକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହାପରେ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ବୃନ୍ଦ ଗାନ ପରିବେଷଣ କରାଯାଇଥିଲା ଓ ଏଥିରେ ପ୍ରିୟଙ୍କା ସିନହା, ବନ୍ଦିତା ପଟ୍ଟନାୟକ, ଗୀତାଞ୍ଜଳି ପଟ୍ଟନାୟକ, ରଶ୍ମି ମିଶ୍ର, ତୃପ୍ତି ସେଠି, ପୁଷ୍ପିତଓ ପଟ୍ଟନାୟକ ଏବଂ ମଧୁମିତା ଚୌଧୁରୀ ସଂଗୀତ ପରିବେଷଣ କରିଥିଲେ ।

ଏହାପରେ ଏକକ ସଂଗୀତ ଗାନ କାର୍ୟ୍ୟକ୍ରମରେ ସ୍ମିତା, ପ୍ରିୟଙ୍କା, ସମ୍ବିତ, ରବି, ନୀଳ, ଆୟୁଷ, ସୁବ୍ରତ, ସ୍ମୃତିରଞ୍ଜନ ଏବଂ ଆନନ୍ଦ ତିୱାରୀ ଭାଗନେଇଥିଲେ । ବାଦ୍ୟ ଯନ୍ତ୍ରରେ ପ୍ରିୟଙ୍କା, ସ୍ମୃତିରଞ୍ଜନ ଏବଂ ଆନନ୍ଦ ତିୱାରୀ ସହଯୋଗ କରିଥିଲେ । ଏହି ସମସ୍ତ କାର୍ୟ୍ୟକ୍ରମକୁ ବନ୍ଦିତା ପଟ୍ଟନାୟକ, ସମ୍ବିତ ପରିଡା ଏବଂ ରବି ରାଉଳ ପରିଚାଳନା କରିଥିଲେ ।