ଝାଡଖଣ୍ଡ : ଝାଡଖଣ୍ଡ ପୋଲିସକୁ ମିଳିଛି ଏକ ବଡ ଧରଣର ସଫଳତା । ଓଡିଶା ସୀମାନ୍ତ ଗୁମଲା ନିକଟରେ ପୋଲିସ ସହ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସୂଚନା ମୁତାବକ, ଆଜି ସୁରକ୍ଷାବାହିନୀ ପକ୍ଷରୁ ଗୁମଲା ଅଂଚଳରେ କମ୍ବିଂ ଅପରେସନ କରାଯାଇଥିଲା । ସେହି ସମୟରେ ସେଠାରେ ଏକ ମାଓକ୍ୟାମ୍ପ ଠାବ କରାଯାଇଥିଲା । କ୍ୟାମ୍ପରେ କିଛି ମାଓବାଦୀ ମଧ୍ୟ ଥିଲେ ।ସେମାନେ ପୋଲିସକୁ ଦେଖିବା ପରେ ପ୍ରଥମେ ଗୁଳି ଚାଳନା କରିଥିଲେ । ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଫଳରେ ଘଟଣାସ୍ଥରେ ଦୁଇ କ୍ୟାଡର ନିହତ ହୋଇଥିଲେ । ସେମାନଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ ଜବତ ହୋଇଛି । ଏହାସହ ସେଠାରେ କମ୍ବିଂକୁ ଆହୁରି ବ୍ୟାପକ କରାଯାଇଛି