ଜଗତସିଂହପୁର: ଟ୍ରେନରେ କଟି ୭ରୁ ଉର୍ଦ୍ଧ୍ବ ହରିଣ ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଶାଳିଜଙ୍ଗା ନିକଟରେ ଘଟିଛି ଦୁର୍ଘଟଣା । ଟ୍ରେନ୍ ଲାଇନ୍ ପାର ହେଉଥିବା ବେଳେ ହରିଣ ପଲ ଉପରେ ମାଡିଗଲା ଟ୍ରେନ୍ । ଧଳତଙ୍ଗଗଡ ଜଙ୍ଗଲରୁ ହରିଣ ଆସିଥିବା ସୂଚନା ମିଳିଛି । ବନ ବିଭାଗର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
