Odia News Portal

ପୁଲଓ୍ବାମା ଫିଙ୍ଗଲାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ୪ ଯବାନ ସହିଦ

ପୁଲଓ୍ବାମା : ଜମ୍ମୁକାଶ୍ମୀର ପୁଲଓ୍ବାମା ଫିଙ୍ଗଲାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ମେଜରଙ୍କ ସମେତ ୪ ଯବାନ ସହିଦ ହୋଇଥିବା ଜଣାପଡିଛି । ଗୁଳିବିନିୟମରେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜୈଶ୍-ଏ-ମହମ୍ମଦର ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି । ଗତକାଲି ରାତିରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସଂପୃକ୍ତ ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳକୁ ଘେରିନେଇଥିଲେ । ଫଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପୁଲଓ୍ବାମା ନିକଟବର୍ତ୍ତି ୧୫ରୁ ଅଧିକ ଗାଁରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।