Odia News Portal

ଆତଙ୍କବାଦୀଙ୍କ ଆକ୍ରମଣରେ ଗଲା ୨ ପୋଲିସ ଅଧିକାରୀଙ୍କ ଜୀବନ

ଆଜି ଶ୍ରୀନଗର ଉପକଣ୍ଠରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଜମ୍ମୁ-କଶ୍ମୀରର ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ ଶ୍ରୀନଗର ସହରର ସୀମାନ୍ତରେ ଥିବା ନୋଭଗାମରେ ପୋଲିସ ଟିମ୍ ଆକ୍ରମଣ କରିଥିଲା।

ଏହି ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ୩ଜଣ ପୋଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ସମୟରେ ୨ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।