କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ବହୁ ପ୍ରତିକ୍ଷିତ ଦାବୀ ସରକାରୀ ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ କରି ନବୀନ ପଟ୍ଟନାୟକ ୨୦୧୯ ନିର୍ବ।ଚନ ପୁର୍ବରୁ କଳାହାଣ୍ଡି ଜିଲ୍ଲାର ନିର୍ବ।ଚନୀ ପ୍ରସଗଂ ଉପରେ ମାଷ୍ଟରା ଷ୍ଟ୍ରୋକ ଖେଳିଛନ୍ତି । ଯାହାକୁ ବିରୋଧୀ ୨୦୦୪ ନିର୍ବ।ଚନ ପୁର୍ବରୁ ଜାରିଗଂ ମେଡିକାଲ କଲେଜ ଭଳି ନିର୍ବ।ଚନୀ ଚାଲ ନ ହେଉ ବୋଲି ଜିଲ୍ଲାବାସୀଙ୍କୁ ମନେ ପକାଇ ଦେଇଥିବା ବଳେ ଜିଲ୍ଲାବାସୀଙ୍କ ମନରେ ପୁଣି ଥରେ ମେଡିକାଲ କଲେଜ ଆଶା ସଚଂ।ର ହୋଇଛି ।
ଗତ ୨୦୧୮ ଆଗଷ୍ଟ ମାସରେ ଜିଲ୍ଲା ପରିଷଦ ନିର୍ବ।ଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଗାଂବାରୀ ଠାରେ ସରକାରୀ ମେଡିକାଲ କଲେଜର ଘୋଷଣା କରିଥିଲେ | ଠିକ ୨୦୧୯ ନିର୍ବ।ଚନ ପୁର୍ବରୁ ଆଜି ପୁର୍ତ୍ତ ବିଭାଗ ତତ୍ବାବଧାନରେ ୩୪.୯୯ ଏକର ଜମି ଉପରେ ଟାଟା ପ୍ରଜେକ୍ଟ ୨୨୦.୭୪ କୋଟି ଟଙ୍କା ବିନିଯୋଗରେ ୨୪ ମାସରେ ବିଲଡିଗଂ କାର୍ଯ୍ୟ ଶେଷ କରିବାକୁ ବିଧିବଦ୍ଦ କାମ ଆରମ୍ଭ କରିଛି ଏବଂ ହଷ୍ଟେଲ ପାଇଁ ବେଦାନ୍ତ ୧୦୦ କୋଟି ଦେଲେ ଆସନ୍ତା ମାର୍ଚ୍ଚ ମାସରୁ କାର୍ଯ୍ୟ ଆରମ୍ଭ ହେବ ।
କଳାହାଣ୍ଡି ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ମେଡିକାଲ କଲେଜ ଜିଲ୍ଲାବାସୀଙ୍କ ସ୍ବପ୍ନ ରହିଛି । ଏଣୁ ନିର୍ବ।ଚନ ପୁର୍ବରୁ ଏହାର ଆରମ୍ଭ ବିଜେଡି ପାଇଁ ଜିଲ୍ଲାରେ ମାଷ୍ଟର ଷ୍ଟ୍ରୋକ ସଦୃଶ ହୋଇଛି । ଯାହାକୁ ନେଇ ଜିଲ୍ଲା ରାଜନୀତିରେ ପୁଣିଥରେ ମେଡିକାଲ କଲେଜ ପ୍ରସଗଂ ସରଗରମ ହୋଇ ଉଠିଛି । ୨୦୦୪ ନିର୍ବ।ଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ଜାରିଗଂ ଠାରେ ପିପିପି ମୋଡରେ ମେଡିକାଲ କଲେଜ ପ୍ରତିଷ୍ଠା କରି ବିଜେଡି ପାଇଁ ମାଇଲେଜ ନେଇଥିଲେ । ହେଲେ ପରବର୍ତି ପର୍ଯୟାୟରେ ମେଡିକାଲ ହୋଇ ପାରି ନ ଥିଲା ତଥା ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆନ୍ଦକାରକୁ ଠେଲି ହୋଇ ଯାଇଥିଲ ।